ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗଛରେ ପିଟିହେଲା ବରଯାତ୍ରୀ ଗାଡ଼ି: ୨ମୃତ, ୧୩ ଆହତ

ରାମପୁର: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ଅନ୍ତର୍ଗତ ବଡ଼କର୍ଲେ ଗାଁ ନିକଟରେ ଏକ ବରଯାତ୍ରୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି। ଆହତଙ୍କ ଭିତରୁ ୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି।

ସୁଚନା ଅନୁଯାୟୀ, ଏକ ଭ୍ୟାନରେ ବରଯାତ୍ରୀମାନେ ଲଛିପୁର ନିକଟ ଖଲିଆପାଲିରୁ ବହାଘର ସାରି ବରଗଡ଼ ଜିଲ୍ଲା ଗଠିଆପାଲିକୁ ଫେରୁଥିବା ବେଳେ ବିଳମ୍ବିତ ସମୟରେ ବଡକର୍ଲେଠାରେ ଗଛକୁ ପିଟି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ତେବେ ଘଟଣାସ୍ଥଳରେ ବରଗଡ ମାଲିପାଲିର ବିରଞ୍ଚି ମଲ୍ଲିକ(୬୦) ଓ ବରପାଲି ବ୍ଲକ ଗିନ୍ଦିଲ୍ଲା ଗ୍ରାମର ଜିତେନ୍ଦ୍ର ବାଗ(୨୫)ଙ୍କ ମୃତ୍ୟୁ ଘଟିଛି। ଗାଡ଼ିରେ ଥିବା ଅନ୍ୟାନ୍ୟମାନଙ୍କ ମଧ୍ୟରୁ ୫ଜଣ ଗୁରୁତର ଆହତ ହୋଇଛନ୍ତି। ତେବେ ସମସ୍ତଙ୍କୁ ଉଦ୍ଧାର କରାଯାଇ ଡୁଙ୍ଗୁରିପାଲି ସିଏଚସିକୁ ପ୍ରାଥମିକ ଚିକିତ୍ସା ସକାଶେ ନିଆଯାଇଥିବା ବେଳେ ୩ଜଣଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ସେମାନଙ୍କୁ ବୁର୍ଲା ଭିମସାରକୁ ସ୍ଥାନାନ୍ତର କରାଯାଇଛି। ତେବେ ଘଟଣାସ୍ଥଳରୁ ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଡୁଙ୍ଗୁରିପାଲି ସିଏଚସିକୁ ନେଇଥିବା ବେଳେ ରାମପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ସୂଚନା ମିଳିଛି।

Leave A Reply

Your email address will not be published.