ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ଖାଇକୁ ଖସିପଡ଼ିଲା ବସ, ୨ ମହିଳାଙ୍କ ସମେତ ୧୨ ମୃତ

ନୂଆଦିଲ୍ଲୀ : ଉତ୍ତରାଖଣ୍ଡର ଯୋଶୀମଠରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି । ଉଦ୍ଧାର ଅଭିଯାନ ଏବେବି ଜାରି ରହିଛି ଏବଂ ଫସି ରହିଥିବା ଅନ୍ୟ ଲୋକଙ୍କୁ ବାହାର କରିବା ପାଇଁ ପ୍ରୟାସ କରାଯାଉଛି । ଯୋଶୀମଠ ବ୍ଲକର ଉର୍ଗାମ-ପଲ୍ଲା ଜାଖୋଲା ପାର୍ବତ୍ୟ ରାସ୍ତାରେ ଯାଉଥିବାବେଳେ ବସଟି ଭାରସାମ୍ୟ ହରାଇ ଗଭୀର ଖାଇରେ ଖସିପଡ଼ିଥିଲା ।

ନିହତ ୧୨ ଜଣଙ୍କ ମଧ୍ୟରୁ ୧୦ ଜଣ ପୁରୁଷ ଓ ୨ ଜଣ ନାରୀ ଅଛନ୍ତି । ଏହି ଦୁର୍ଘଟଣାରେ ତିନି ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ଏକ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି । ସ୍ଥାନୀୟ ଲୋକ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାମ ଜାରି ରଖିଛନ୍ତି ।

ଜିଲ୍ଲାପାଳ ହିମାଂଶୁ ଖୁରାନା, ପୁଲିସ ଏସପି ପ୍ରମେନ୍ଦ୍ର ଡୋଭାଲଙ୍କ ସହ ଏସଡିଆରଏଫ, ଏନଡିଆରଏଫ ଏବଂ ପୋଲିସ-ସ୍ଥାନୀୟ ପ୍ରଶାସନିକ ଟିମ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ୧୨ଟି ମୃତ ଶୀରର ଉଦ୍ଧାର କରାଯାଇଛି । ଅନ୍ୟପଟେ ୩ ଜଣଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Leave a comment