ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସିଲଭର ସିଟି କଟକରେ କମୁନି ନକଲି କାରବାର : ପୁଣି ଏକ ଦୋକାନରୁ ବିପୁଳ ପରିମାଣର ନକଲି ଚିଲି ଓ ଟମାଟୋ ସସ୍ ଜବତ

କଟକ : ସିଲଭର ସିଟି କଟକରୁ କମିବାର ନାଁ ଧରୁନି ନକଲି କାରବାର। କଟକର ବିଭିନ୍ନ ଅଞ୍ଚରୁ ପୁଲିସ ନକଲି ସିମେଣ୍ଟ, ଆଚାର, ଗୁଟ୍‌ଖା, ମସଲା ଆଦି ଅନେକ କାରଖାନା ଠାବ କରିଥିବା ବେଳେ ଆଜି ନକଲି ସସ୍‌ ଜବତ କରିଛି। କଟକ ମାଲଗୋଦାମ ଅଞ୍ଚଳର ଏକ ଦୋକାନରୁ ବିପୁଳ ପରିମାଣର ନକଲି ସସ୍ ବୋତଲ ଜବତ କରିଛି କମିଶନରେଟ ପୁଲିସ ।

ସୂଚନା ଅନୁସାରେ କଟକ ମାଲଗୋଦାମର ଏକ ଅଞ୍ଚଳର ଏକ ଦୋକାନରେ କମିଶରେଟ ପୁଲିସ ଓ ସିଏମସି ପକ୍ଷରୁ ମିଳିତ ଭାବେ ଚଢାଉ କରାଯାଇଥିଲା । ଏହି ଦୋକାନରୁ ବିପୁଳ ପରିମାଣର ନକଲି ସସ୍ ବୋତଲକୁ କମିଶନରେଟ ପୁଲିସ ଜବତ କରିଛି । ବହୁ ପରିମାଣର ନାମୀ ଦାମୀ ବ୍ରାଣ୍ଡର ସସ୍ ବୋତଲ ଜବତ କରାଯାଇଛି । ନକଲି ଗୋଦାମରୁ କେଉଁ କେଉଁ ଜାଗାକୁ ସସ୍ ସପ୍ଲାଏ କରାଯାଉଥିଲା ସେନେଇ ଛାନଭିନ୍ ଆରମ୍ଭ କରିଛି ପୁଲିସ । ଏହି ସସ୍ ଗୁଡ଼ିକର ସାମ୍ପୁଲ ଟେଷ୍ଟ ପାଇଁ ପଠାଯିବ ବୋଲି ଜଣାପଡ଼ିଛି । ଏହି ଘଟଣାରେ ୨ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି ପୁଲିସ ।

Leave A Reply

Your email address will not be published.