ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବାସ୍ତୁଦୋଷ କାଟିବାକୁ ଯାଇ ଫସିଲେ ଡିଏସ୍‍ପି : ୪୦ହଜାର ନେଇ ଗୋଡ଼ି ଧରାଇଦେଲେ

ଭୁବନେଶ୍ୱର : ବାସ୍ତୁଦୋଷ କାଟିବା ଲାଗି ଜଣେ ପୁଲିସ ଅଧିକାରୀଙ୍କୁ ଚୂନ ଲଗାଇଛି ଠକ। ଡିଏସ୍‍ପି Ñଙ୍କର ଜଣେ ଅଧିକାରୀଙ୍କ ଠାରୁ ୪୦ ହଜାର ଟଙ୍କା ଠକେଇ ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ପୁଲିସ ଏକ ମାମଲା ରୁଜୁକରି ତଦନ୍ତ କରୁଛି।ଅଭିଯୋଗ ଅନୁଯାୟୀ ଉକ୍ତ ପୁଲିସ ଅଧିକାରୀଙ୍କ ବାସ୍ତୁଦୋଷ ଭଲ ନ ଥିବା କହି ଠକ ବିଛାଇଥିଲା ଜାଲ। ତାଙ୍କ ଅସଲ ରତ୍ନପଥର ଦେବାକୁ କହି ୪୦ହଜାର ଟଙ୍କା ନେଇଥିଲା। ପରେ ତାଙ୍କୁ ରତ୍ନପଥର ନ ଦେଇ ଧରାଇ ଦେଇଥିଲା ରଙ୍ଗୀନ୍‍ ଗୋଡ଼ି। ସେ ଉକ୍ତ ରତ୍ନପଥରକୁ ଦେଖିବା ପରେ ଠକେଇ ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। ଏନେଇ ସେ ଠକ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି।

Leave A Reply

Your email address will not be published.