ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆସନ୍ତୁ ଜାଣିବା….ଆପଣ ଘରେ ବ୍ୟବହାର କରୁଥିବା ଦର୍ପଣ ସହିତ କ’ଣ ଅଛି ବାସ୍ତୁର ସମ୍ପର୍କ

ଘରେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଭିତରେ ରହିଛି ଦର୍ପଣ | ଘରୁ ବାହାରିବା ପୂର୍ବରୁ ସମସ୍ତେ ନିଜକୁ ଦର୍ପଣରେ ଦେଖିଥାନ୍ତି । ତେବେ କେବଳ ସଜବାଜ ହେବାପାଇଁ ନୁହେଁ, ଘରର ବାସ୍ତୁ ସହିତ ମଧ୍ୟ ଦର୍ପଣର ସମ୍ପର୍କ ରହିଛି। ତେଣୁ ବାସ୍ତୁଶାସ୍ତ୍ରରେ ଦର୍ପଣ ପାଇଁ କିଛି ନିୟମ ରହିଛି । ଯଥା –

♦ ଏକାଧୂକ ଦର୍ପଣକୁ ଯୋଡ଼ି ଗୋଟିଏ ବଡ଼ ଦର୍ପଣ ପ୍ରସ୍ତୁତ କରିବା ଉଚିତ ନୁହେଁ । କାରଣ ଏହାଦ୍ବାରା ବ୍ୟକ୍ତିର ଶରୀର ପ୍ରତ୍ୟେକ ଦର୍ପଣରେ ଅଧା ଅଧା ହୋଇ ଦେଖାଯାଏ । ବାସ୍ତୁଶାସ୍ତ୍ର ଅନୁଯାୟୀ, ଏହା ଆଦୌ ଶୁଭ ନୁହେଁ ।

♦ ଭାଙ୍ଗି ଯାଇଥିବା, ଫାଟ ପଡ଼ିଥିବା ବା ଦର୍ପଣରେ ଧୂଳି ଜମା ରହିବା ଉଚିତ ନୁହେଁ । କାରଣ ଆମର ମୁଖମଣ୍ଡଳକୁ ସ୍ପଷ୍ଟ କରୁଥିବା ଦର୍ପଣ ଆମର ପ୍ରଭାମଣ୍ଡଳ ବା ‘ଆରା’କୁ ପ୍ରଭାବିତ କରିଥାଏ ।

ଶୋଇବା ଘରର କବାଟ ସାମନାରେ ଦର୍ପଣ ଲଗାଇବା ଶୁଭ ବୋଲି ବିବେଚନା କରାଯାଏ |

ଏଥିସହିତ ପଢ଼ନ୍ତୁ

♦ ଦର୍ପଣର ଆକାର ବଡ଼ ହେଲେ ମଧ୍ୟ ଓଜନ କମ୍ ହେବା ଉଚିତ।

♦ ଦର୍ପଣକୁ ସବୁବେଳେ ପୂର୍ବ ବା ଉତ୍ତର ଦିଗ କାନ୍ଥରେ ଲଗାନ୍ତୁ । କାରଣ ଦର୍ପଣରେ ନିଜ ମୁହଁ ଦେଖୁଥିବା ବ୍ୟକ୍ତି ଉତ୍ତର କିମ୍ବା ପୂର୍ବ ଦିଗ କରି ଠିଆ ହୋଇପାରିବ ।

♦ ଅଧିକ ସମୟ ଦର୍ପଣର ବ୍ୟବହାର କରିବା ଦ୍ବାରା ନକାରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ।

♦ ଯଦି ଶୋଇବା ଘର ଭିତରେ ଦର୍ପଣ ଅଛି, ତେବେ ଶୋଇବା ପୂର୍ବରୁ ଦର୍ପଣକୁ ଏକ କପଡ଼ା ଦ୍ବାରା ଘୋଡ଼ାଇ ଦେବା ଉଚିତ।

♦ ସବୁବେଳେ ଗୋଲାକାର ଆଇନା କିଣିବା ଶୁଭ ହୋଇଥାଏ |

Leave A Reply

Your email address will not be published.