ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବାସ୍ତୁ ନିୟମ ଅନୁସାରେ ଘରର ଛାତ ଉପରେ ରଖନ୍ତୁ ନାହିଁ ଏହିସବୁ ଜିନିଷ, ନଚେତ ଆସିପାରେ ଘୋର ବିପଦ…..

ସୁଖ ଓ ଶାନ୍ତିରେ ରହିବାକୁ କିଏ ବା ନ ଚାହେଁ । କିନ୍ତୁ ଅନେକ ସମୟରେ ପରିବାରରେ ଅଯଥା ଆର୍ଥିକ କ୍ଷତି ସହ କଳିଝଗଡ଼ା ଲାଗି ରହିଥାଏ । ଏହିସବୁ ପରିସ୍ଥିତି ବାସ୍ତୁ ନିୟମକୁ ନ ମାନିବା ଦ୍ବାରା ହୋଇଥାଏ। ତେବେ ଘର ନିର୍ମାଣ ଓ ସାଜସଜ୍ଜା ସମୟରେ ବାସ୍ତୁ ନିୟମକୁ ଅନୁସରଣ କରିବା ଉଚିତ୍। ଏହି ଧାରାରେ ଏମିତି କିଛି ଜିନିଷ ଅଛି, ଯାହାକୁ ଘରର ଛାତ ଉପରେ ରଖିବା ଦ୍ବାରା ନକାରାତ୍ମକ ଶକ୍ତି ସୃଷ୍ଟି ହୁଏ । ସେହିସବୁ ଜିନିଷ ହେଉଛି –

Vastu Shastra Tips

♦ କଳଙ୍କି ଲାଗିଥିବା ଲୁହାକୁ କେବେ ମଧ୍ୟ ଛାତ ଉପରେ ରଖନ୍ତୁ ନାହିଁ। ଲୁହାରେ ତିଆରି ଅଦରକାରୀ ପୁରୁଣା ବସ୍ତୁକୁ ମଧ୍ୟ ଛାତ ଉପରେ ରଖୁବା ଭଲ ନୁହେଁ । ଏଭଳି କରିବା ଦ୍ବାରା ଅଭାବ ଅନଟନ ଲାଗି ରୁହେ ।

♦ ଫୁଲ କୁଣ୍ଡ ଛାତର ଶୋଭାବର୍ଦ୍ଧନ କରେ। କିନ୍ତୁ ଯଦି ତାହା ଭାଙ୍ଗି ଯାଇଛି, ତେବେ ଶୀଘ୍ର ତାହାକୁ ବାହାର କରିଦିଅନ୍ତୁ। ବାସ୍ତୁ ନିୟମ ଅନୁଯାୟୀ, ଏହା ଶୁଭ ନୁହେଁ। ଏହାଯୋଗୁଁ ଘରେ କଳହ ଉତ୍ପନ୍ନ ହୋଇଥାଏ ।

♦ ଘର କାମ ସମୟରେ ବଳକା ଥିବା ବାଉଁଶକୁ ଲୋକମାନେ ଛାତ ଉପରେ ରଖିଦେଇଥାନ୍ତି । କିନ୍ତୁ ଏଭଳି କରିବା ଉଚିତ ନୁହେଁ | କାରଣ ଏହାଦ୍ବାରା ଜୀବନରେ ଅନେକ ପ୍ରକାର ସମସ୍ୟା ସୃଷ୍ଟି ହୁଏ ।

♦ ଛାତକୁ ସଫା କରିବା ପରେ ଅନେକ ଜଣ ଝାଡୁକୁ ସେହି ଛାତ ଉପରେ ଛାଡ଼ି ଦେଇ ଆସନ୍ତି। କିନ୍ତୁ ଏଭଳି କରନ୍ତୁ ନାହିଁ। ଏହାଦ୍ବାରା ସେହି ଘର ଉପରେ ମା’ ଲକ୍ଷ୍ମୀଙ୍କ କୋପଦୃଷ୍ଟି ପଡ଼ିଥାଏ।

♦ ଛାତ ଉପର ସବୁବେଳେ ସଫାସୁତରା ରଖନ୍ତୁ। ଶୁଖିଲା ପତ୍ରକୁ ବାହାର କରନ୍ତୁ | ନଚେତ୍ ଆର୍ଥିକ ସମସ୍ୟା ଆସିଥାଏ।

 

Vastu Tips

Leave A Reply

Your email address will not be published.