ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଧନବୃଦ୍ଧି ପାଇଁ ବାସ୍ତୁ ନିୟମ

ଖାଦ୍ୟ, ବସ୍ତ୍ର ଓ ବାସଗୃହ ଭଳି ମୌଳିକ ଆବଶ୍ୟକତା ପୂରଣ କରିବା ପାଇଁ ଅର୍ଥର ଆବଶ୍ୟକତା ରହିଛି। ଏହା ସହିତ ଅନ୍ୟାନ୍ୟ ସୁଖସୁବିଧା ପାଇଁ ମଧ୍ୟ ଅର୍ଥ ଦରକାର। ତେଣୁ ସମସ୍ତେ ଆର୍ଥିକସ୍ତରରେ ଉନ୍ନତି କରିବାକୁ ଚାହାନ୍ତି। କିନ୍ତୁ ଏମିତି କିଛି ବାସ୍ତୁଦୋଷ ରହିଛି, ଯାହା ଦ୍ବାରା ଘରେ ଅର୍ଥାଭାବ ସୃଷ୍ଟି ହୋଇଥାଏ। ସେମିତି କିଛି ବାସ୍ତୁଦୋଷ ଓ ତା’ର ପ୍ରତିକାରଗୁଡ଼ିକ ହେଉଛି

କାନ୍ଥରେ ଦିଆଯାଇଥିବା ରଙ୍ଗ
ଘରର କାନ୍ଥରେ ଦିଆଯାଇଥିବା ରଙ୍ଗ ମଧ୍ୟ ସକାରାତ୍ମକ ପ୍ରଭାବ ଆଣିଥାଏ। ତେଣୁ ଉତ୍ତର-ପୂର୍ବ ଦିଗରେ ଥିବା କାନ୍ଥରେ ହାଲ୍‌କା ନୀଳ ରଙ୍ଗ ଲଗାନ୍ତୁ। ଏହି ରଙ୍ଗ ରଚନାତ୍ମକ ଓ ସକାରାତ୍ମକ ଶକ୍ତି ବୃଦ୍ଧି କରିଥାଏ। ବାସ୍ତୁଶାସ୍ତ୍ରରେ ଦିଗ ଅନୁଯାୟୀ, ଏକ କଲର୍‌ଚାର୍ଟ୍‌ ରହିଥାଏ। ତାହାକୁ ଅନୁସରଣ କରିହେବ। ଏହା ଦ୍ବାରା ଘରେ ସୁଖସମୃଦ୍ଧି ବଢ଼ିବା ସହିତ ଆର୍ଥିକ ଉନ୍ନତି ହୋଇଥାଏ। ବାଥ୍‌ରୁମ୍‌ ଓ ରୋଷେଇ ଘରେ ଲାଲ୍‌ ରଙ୍ଗ ଦିଅନ୍ତୁ ନାହିଁ।

ଜଳାଶୟ ପାଇଁ ଉଚିତ ସ୍ଥାନ
ବାସ୍ତୁଶାସ୍ତ୍ରରେ ଜଳାଶୟର ବେଶ୍‌ ଗୁରୁତ୍ବ ରହିଛି। କାରଣ ଏହା ଆର୍ଥିକ କ୍ଷେତ୍ରକୁ ପ୍ରଭାବିତ କରିଥାଏ। ବାସ୍ତୁ ଅନୁଯାୟୀ, ଆର୍ଥିକ ଉନ୍ନତି ପାଇଁ ସୁଇମିଙ୍ଗ୍‌ ପୁଲ୍‌ ଘରର ଉତ୍ତର, ଉତ୍ତରପୂର୍ବ କିମ୍ବା ପୂର୍ବ ଦିଗରେ ରହିବା ସର୍ବୋତ୍ତମ। ୱାଟର୍‌ ଫାଉଣ୍ଟେନ୍‌ ଥିଲେ, ଧ୍ୟାନ ରଖନ୍ତୁ ଯେପରିକି ପାଣି ଉତ୍ତରରୁ ପୂର୍ବ ଆଡ଼କୁ ପଡ଼ୁଥିବ। ଅଣ୍ଡରଗ୍ରାଉଣ୍ଡ୍‌ରେ ପାଣି ଟାଙ୍କି ରଖୁଥିଲେ, ଏହା ଉତ୍ତର, ପୂର୍ବ ବା ଉତ୍ତରପୂର୍ବ ଦିଗରେ ନିର୍ମାଣ କରନ୍ତୁ। ଘର ଉପରେ ପାଣିଟାଙ୍କି ଥିଲେ, ଦକ୍ଷିଣ, ଦକ୍ଷିଣପୂର୍ବ କିମ୍ବା ଦକ୍ଷିଣପଶ୍ଚିମ ଦିଗରେ ରଖନ୍ତୁ। ଏହାଦ୍ବାରା ଘରେ ଧନବୃଦ୍ଧି ହୋଇଥାଏ।

ଆଲମାରୀ ସଠିକ୍‌ ଦିଗରେ ରଖନ୍ତୁ
ବାସ୍ତୁ ଅନୁଯାୟୀ, ଦକ୍ଷିଣ କିମ୍ବା ଦକ୍ଷିଣ ପଶ୍ଚିମ ଦିଗରେ ଟଙ୍କା ରଖାଯାଉଥିବା ଆଲମାରୀ ରଖନ୍ତୁ। ଆଲମାରୀର ମୁହଁ ଉତ୍ତର ଦିଗକୁ ଖୋଲୁଥିବା ଆବଶ୍ୟକ। ଆଲମାରୀ ସାମନାରେ ଦର୍ପଣ ରଖିବା ମଧ୍ୟ ଶୁଭ। କାରଣ ଆଲମାରୀ ଖୋଲିବା ସମୟରେ ଧନସମ୍ପଦର ପ୍ରତିବିମ୍ବ ଦେଖାଯାଏ। ଏହା ଆପଣଙ୍କ ଅର୍ଥର ଦ୍ବିଗୁଣିତ କରିବାର ପ୍ରତୀକ।

ଘର ଚାରିପାଖରେ ରଖନ୍ତୁ ସବୁଜିମା
ଘରର ବଗିଚାରେ ମନିପ୍ଲାଣ୍ଟ୍‌ ଲଗାନ୍ତୁ। ଏହା ଘରର ଆର୍ଥିକ କ୍ଷେତ୍ର ସହିତ ଜଡ଼ିତ। ଯଦି ବଗିଚା ପାଇଁ ସ୍ଥାନ ନାହିଁ, ତେବେ ଘରର ଉତ୍ତର ଭାଗରେ ବଗିଚାର ଏକ ପେଣ୍ଟିଙ୍ଗ୍‌ ଲଗାନ୍ତୁ। ଏହା ଯୋଗୁଁ କ୍ୟାରିୟର୍‌ରେ ଉନ୍ନତି ହେବା ସହିତ ଅତିରିକ୍ତ ଧନପ୍ରାପ୍ତି ହେବ।

ଖୋଲା ଏବଂ ବ୍ୟବସ୍ଥିତ ଘର
ଘରକୁ ସଫାସୁତରା ଓ ସୁବ୍ୟବସ୍ଥିତ କରି ରଖିବା ଉଚିତ। ଉତ୍ତର ଦିଗ ଧନ ସହିତ ଜଡ଼ିତ। ତେଣୁ ଉତ୍ତର ଦିଗକୁ ଅଧିକ ସଫାସୁତରା ରଖନ୍ତୁ। ଘରର ଏହି ଦିଗରେ ଭାରି ଜିନିଷ ବା ଆସବାବପତ୍ର ରଖନ୍ତୁ ନାହିଁ। ଏହି ଦିଗରେ ଶିଡ଼ି ରହିବା ମଧ୍ୟ ଉଚିତ ନୁହେଁ, କାରଣ ଶିଡ଼ି ଧନର ଆଗମନରେ ବାଧା ସୃଷ୍ଟି କରିଥାଏ।

Leave A Reply

Your email address will not be published.