ଲକ୍ଷ୍ମୀପୁର ହିଂସାକୁ ହିନ୍ଦୁ ବନାମ ଶିଖରେ ପରିଣତ କରିବାକୁ ଚେଷ୍ଟା କରାଯାଉଛି : ବିଜେପି ସାଂସଦ ବରୁଣ ଗାନ୍ଧୀ

ନୂଆଦିଲ୍ଲୀ : ଅକ୍ଟୋବର ୩ ରେ ଲକ୍ଷ୍ମୀପୁର ଖେରୀ ଜିଲ୍ଲାର ଟିକୁନିଆରେ ହୋଇଥିବା ହିଂସା ପରଠାରୁ ବିଜେପି ସାଂସଦ ବରୁଣ ଗାନ୍ଧୀ ସରକାରଙ୍କୁ ଟାର୍ଗେଟ କରିଆସୁଛନ୍ତି। ଲକ୍ଷ୍ମୀପୁର ହିଂସା ପରେ ବରୁଣ ଏକ ଭିଡିଓ ସେୟାର କରି ଦୋଷୀଙ୍କୁ ଦଣ୍ଡ ଦେବାକୁ ଦାବି କରିଥିଲେ। ଏହା ସହିତ ଯୋଗୀ ସରକାରଙ୍କୁ ଏହି ପ୍ରସଙ୍ଗରେ ଏକ ଚିଠି ଲେଖିମଧ୍ୟ ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିିଲେ। ଆଜି ପୁଣିଥରେ ଟ୍ୱିଟ୍ କରି ସରକାରଙ୍କୁ ଟାର୍ଗେଟ କରିଛନ୍ତି ବରୁଣ ଗାନ୍ଧୀ।
An attempt to turn #LakhimpurKheri into a Hindu vs Sikh battle is being made. Not only is this an immoral & false narrative, it is dangerous to create these fault-lines & reopen wounds that have taken a generation to heal.We must not put petty political gains above national unity
— Varun Gandhi (@varungandhi80) October 10, 2021
ରବିବାର ଲକ୍ଷ୍ମୀପୁର ହିଂସାକୁ ନେଇ ବିଜେପି ସାଂସଦ ବରୁଣ ଗାନ୍ଧୀ ଯୋଗୀ ସରକାରକୁ ଟାର୍ଗେଟ କରିଛନ୍ତି। ସେ ଟୁଇଟ୍ କରି କହିଛନ୍ତି ଯେ ଲକ୍ଷ୍ମୀପୁର ଖେରୀ ହିଂସାକୁ ହିନ୍ଦୁ ବନାମ ଶିଖ ଯୁଦ୍ଧରେ ପରିଣତ କରିବାକୁ ଚେଷ୍ଟା କରାଯାଉଛି। ଏଭଳି ଉଦ୍ୟମ କେବଳ ଅନୌତିକ ନୁହେଁ ସମ୍ପୁର୍ଣ୍ଣ ଭୁଲ ମଧ୍ୟ। ହିଂସାକୁ ହିନ୍ଦୁ ବନାମ ଶିଖ ମଧ୍ୟରେ ଲଢାଇରେ ପରିଣତ କରିବା ବିପଜ୍ଜନକ ହୋଇପାରେ। ଯେଉଁ ପରିସ୍ଥିତି ପୂର୍ବରୁ ଥିଲା ତାହା ପୁଣିଥରେ ସୃଷ୍ଟିହେବା ଉଚିତ ନୁହେଁ। ଯେଉଁପରିସ୍ଥିତିକୁ ସୁଧାରିବା ପାଇଁ ଅନେକ ପିଢିଲାଗିଛି। ସମସ୍ତେ ଏକତା ସୁତ୍ରରେ ବାନ୍ଧି ହୋଇ ରହିବା ଉଚିତ। ରାଜନୈତିକ ସୁବିଧା ଜାତୀୟ ଏକତାଠାରୁ କେବେବି ଅଧିକ ହେବା ଉଚିତ ନୁହେଁ ବୋଲି ବିଜେପି ସାଂସଦ ବରୁଣ ଗାନ୍ଧୀ କହିଛନ୍ତି।
The video is crystal clear. Protestors cannot be silenced through murder. There has to be accountability for the innocent blood of farmers that has been spilled and justice must be delivered before a message of arrogance and cruelty enters the minds of every farmer. 🙏🏻🙏🏻 pic.twitter.com/Z6NLCfuujK
— Varun Gandhi (@varungandhi80) October 7, 2021
ସୂଚନାଯୋଗ୍ୟ ଅକ୍ଟୋବର ୩ ରେ ଲକ୍ଷ୍ମପୁର ଖେରୀରେ ହୋଇଥିବା ହିଂସାତ୍ମକ ଘଟଣା ପରେ ବରୁଣ ଗାନ୍ଧୀ ଲଗାତାର ଭାବେ ଟ୍ୱିଟ୍ କରି ଚାଷୀଙ୍କ ସମର୍ଥନରେ କହିଛନ୍ତି। ସେ ଏ ସମ୍ପର୍କରେ ଯୋଗୀ ସରକାରଙ୍କୁ ଏକ ଚିଠି ଲେଖି ପୀଡ଼ିତଙ୍କ ପରିବାରକୁ ନ୍ୟାୟ ଏବଂ ଦୋଷୀମାନଙ୍କୁ ଦଣ୍ଡ ଦେବାକୁ ଦାବି କରିଛନ୍ତି। ଗତ ଗୁରୁବାର ଦିନ ବରୁଣ ଅନ୍ୟ ଏକ ଭିଡିଓ ଟୁଇଟ୍ କରିଛନ୍ତି। ଯେଉଁ ଟ୍ବିଟ୍ରେ ସେ ଚାଷୀଙ୍କ ଉପରେ ଗାଡି ଚଢିଯାଉଥିବା ଭିଡିଓ ସେୟାର କରି ଲେଖିଛନ୍ତି ଯେ ‘ଏହି ଭିଡିଓ ସମ୍ପୂର୍ଣ୍ଣ ସ୍ପଷ୍ଟ, କୃଷକମାନଙ୍କୁ ଜାଣିଣୁଣି ହତ୍ୟା କରାଯାଇଛି। ହତ୍ୟା ଦ୍ୱାରା ବିକ୍ଷୋଭକାରୀଙ୍କୁ ନୀରବ କରାଯାଇପାରିବ ନାହିଁ। ନିରୀହ କୃଷକଙ୍କ ରକ୍ତର ହିସାବ ଦିଆଯିବା ସହ ନ୍ୟାୟ ପ୍ରଦାନ କରାଯିବା ଆବଶ୍ୟକ ବୋଲି ଲେଖିଥିଲେ।
लखीमपुर खीरी की हृदय-विदारक घटना में शहीद हुए किसानों को श्रद्धांजलि अर्पित करता हूँ। इस प्रकरण में उत्तर प्रदेश के मुख्यमंत्री जी से सख्त कार्यवाही करने का निवेदन करता हूँ। pic.twitter.com/e2tE1x4z3T
— Varun Gandhi (@varungandhi80) October 4, 2021
ଏହା ପୁର୍ବରୁ ଅକ୍ଟୋବର ୫ ତାରିଖରେ ବରୁଣ ଅଭିଯୁକ୍ତଙ୍କୁ ଗିରଫ କରିବାକୁ କରି ଟ୍ବିଟ୍ କରିଥିଲେ । ଚାଷୀଙ୍କ ଉପରେ ଗାଡି ଚଢିଯାଉଥିବା ଭିଡିଓ ସେୟାର କରି ବରୁଣ ଲେଖିଥିଲେ ଯେ ଚାଷୀଙ୍କ ଉପରେ ଗାଡି ଚଢାଯାଉଛି। ଏହା ଠାରୁ ବଡ ପ୍ରମାଣ କଣ ପୁଲିସକୁ ଆବଶ୍ୟକ। ପୁଲିସ ଯଥା ଶିଘ୍ର ଦୋଷୀଙ୍କୁ ଗିରଫ କରୁବୋଲି ବରୁଣ ଲେଖିଥିଲେ। ଅନ୍ୟପଟେ ଅକ୍ଟୋବର ୪ ତାରିଖରେ ବରୁଣ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଏକ ଚିଠି ଲେଖି ଦୋଷୀଙ୍କୁ ଗିରଫ କରିବା ସହ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁରୋଧ କରିଥିଲେ।