ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୁଣି ଥରେ ଗାଇ ସହ ଧକ୍କା ହେଲା ବନ୍ଦେ ଭାରତ ଏକ୍ସପ୍ରେସ, କାଲି ଦୁର୍ଘଟଣାରେ ମୃତ ମଇଁଷି ମାଲିକ ନାଁରେ ମାମଲା ରୁଜୁ

ଅହମ୍ମଦାବାଦ: ଗତକାଲି ମୁମ୍ବାଇ ସେଣ୍ଟ୍ରାଲରୁ ଗୁଜରାଟ ଗାନ୍ଧୀନଗର ମଧ୍ୟରେ ଚାଲୁଥିବା ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଗୁରୁବାର ସକାଳ ୧୧ଟା ୧୮ମିନିଟରେ ହୋଇଥିବା ଏହି ଦୁର୍ଘଟଣାରେ ଟ୍ରେନ ମଇଁଷିଗୋଠ ସହ ଧକ୍କା ହୋଇଥିଲା। ଦୁର୍ଘଟଣାରେ ଟ୍ରେନ ଇଞ୍ଜିନର ସାମ୍ନାଭାଗ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଯାତ୍ରୀମାନେ ସୁରକ୍ଷିତ ଥିଲେ। ତେବେ ଆଜି ପୁଣି ସମାନ ଘଟଣା ଦେଖିବାକୁ ମିଳିିଛି। ଗୁଜରାଟରେ ଶୁକ୍ରବାର ଲଗାତାର ଦ୍ଵିତୀୟ ଥର ଟ୍ରେନ ସହ ଗାଇ ଧକ୍କା ହୋଇଛି। ଆଉ ଟ୍ରେନର ସମ୍ମୁଖ ଭାଗରେ ସାମାନ୍ୟ କ୍ଷତି ଘଟିଛି।

ଅନ୍ୟପଟେ ଗତକାଲି ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍‌ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ମଇଁଷି ମାଲିକ ନାଁରେ ରେଲଓ୍ଵେ ସୁରକ୍ଷା ବଳ(ଜିଆରପି) ମାମଲା ରୁଜୁ କରିଛି। ପଶ୍ଚିମତଟ ରେଳବାଇର ଅହମ୍ମଦାବାଦ ଡିଭିଜନ ପ୍ରବକ୍ତା, ଜିତେନ୍ଦ୍ର କୁମାର ଜୟନ୍ତ କହିଛନ୍ତି ଯେ, ଗୁରୁବାର ସକାଳ ପ୍ରାୟ ୧୧ଟା ୧୮ ରେ ଅହମ୍ମଦାବାଦ ନିକଟରେ ମୁମ୍ବାଇ-ଗାନ୍ଧୀନଗର ବନ୍ଦେ ଭାରତ ଟ୍ରେନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଅହମ୍ମଦାବାଦ ଅଭିମୁଖେ ଯାଉଥିବା ବେଳେ ଭାତାଭା ଓ ମଣିନଗର ମଝିରେ ଟ୍ରେନ ଏକ ମଇଁଷି ଦଳକୁ ଧକ୍କା ଦେଇଥିଲା। ଏଥିରେ ଟ୍ରେନର ଆଗ୍ରଭାଗ ଭାଙ୍ଗି ଯାଇଥିବା ବେଳେ ୪ଟି ମଇଁଷିଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ରେଳବାଇ ପୁଲିସ ମଇଁଷିଙ୍କ ଅଜ୍ଞାତ ମାଲିକ ବିରୋଧରେ ମାମଲା ରୁଜୁ କରିଛି।

ରେଳବାଇ ପୁଲିସର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ହେଲା, ରେଳବାଇ ଅଧିନିୟମ ୧୯୮୯ର ଦଫା ୧୪୭ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଏହି ନିୟମ ଅନୁସାରେ ବିନାଅନୁମତିରେ ରେଳବାଇର ସମ୍ପତ୍ତିରେ ପ୍ରବେଶ କିମ୍ବା ତାହାର ଅପବ୍ୟବହାର ଦଣ୍ଡନୀୟ ଅପରାଧ। ଗୁରୁବାର ସନ୍ଧ୍ୟାରେ ଅଜ୍ଞାତ ବ୍ୟକ୍ତିଙ୍କ ନାମରେ ଏତଲା ପଞ୍ଜିକରଣ ହୋଇଛି। ବର୍ତ୍ତମାନ ସୁଦ୍ଧା ମଇଁଷିର ମାଲିକଙ୍କୁ ଚିହ୍ନଟ କରାଯାଇପାରିନାହିଁ। କି କୌଣସି ବ୍ୟକ୍ତି ମୃତ ମଇଁଷିଙ୍କୁ ନେବା ପାଇଁ ଆସନଥିବା ସୂଚନା ମିଳିଛି।

Leave A Reply

Your email address will not be published.