ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶିଶୁଙ୍କୁ ଟିକା ପାଇଁ ଆଜିଠୁ ପ୍ରଶିକ୍ଷଣ

ଭୁବନେଶ୍ୱର: ୨ରୁ ୧୮ ବର୍ଷ ବୟସ୍କ ପିଲାଙ୍କ ଟିକାକରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ବର୍ଗଙ୍କୁ ଖୁବଶୀଘ୍ର ଟିକା ଦେବା ପାଇଁ ସରକାର ଲକ୍ଷ୍ୟ ରଖୁଥିବା ବେଳେ ଟିକାଦାନ ପୂର୍ବ ସମସ୍ତ ବ୍ୟବସ୍ଥାକୁ ସୁଗମ କରିବାକୁ ସ୍ବାସ୍ଥ୍ୟ ବିଭାଗ ଅଣ୍ଟା ଭିଡ଼ିଛି ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିବା ବେଳେ ଶୁକ୍ରବାରଠାରୁ ଏହି ଟିକାକରଣ ପାଇଁ ପ୍ରଶିକ୍ଷଣ ଆରମ୍ଭ କରାଯିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି। ତାଙ୍କ କହିବା ଅନୁଯାୟୀ ରାଜ୍ୟରେ ଏହି ବର୍ଗରେ ୧ କୋଟି ୪୦ ଲକ୍ଷ ହିତାଧ୍ୟାକାରୀ ଅଛନ୍ତି।

ସେମାନଙ୍କ ଟିକାକରଣ ପାଇଁ ଟିକାକରଣ କେନ୍ଦ୍ର ବୃଦ୍ଧି ସହ ସ୍ଵତନ୍ତ୍ର ଭାବେ ପ୍ରଶିକ୍ଷଣ ଦିଆଯିବ। ଶିଶୁଙ୍କୁ ଟିକା ଦେବାକୁ କୋଭାୱିନ ଓ ଜାଇକୋଭ-ଡିକୁ ଅନୁମତି ମିଳିଛି । କୋଭାକ୍ସିନର ୨ଟି ଡୋଜ୍ ଥିବା ବେଳେ ଜାଇକୋଭ -ଡି ଟିକା ନେଲେ ୩ଟି ଡୋଜ୍ ନେବାକୁ ପଡ଼ିବ।କୋଭାକ୍ସନର ପ୍ରଥମ ଡୋଜର ୪ ସପ୍ତାହ ପରେ ଦ୍ୱିତୀୟ ଡୋଜ୍ ଟିକା ଦିଆଯିବା |

ଅନ୍ୟପଟେ ଦେଶରେ ନୂଆ ଏକ କରୋନା ଭୂତାଣୁ ଦେଖାଦେଇଛି। ମହାରାଷ୍ଟ୍ରରେ ଦେଖାଦେଇଥିବା ନୂଆ ଭୂତାଣୁର ନାଁ ଘୋଷଣା ହୋଇନି। ତେବେ ଏହାକୁ ନେଇ ଭୟଭୀତ ନ ହେବାକୁ ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

Leave A Reply

Your email address will not be published.