ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଓଡ଼ିଶାରେ ଟିକା ଅଭାବ : ୨ଦିନ ମଧ୍ୟରେ କେନ୍ଦ୍ର ଟିକା ନ ଦେଲେ ରାଜ୍ୟରେ ବନ୍ଦ ହେବ ଟିକାକରଣ

ଭୁବନେଶ୍ବର : ରାଜ୍ୟରେ ଟିକା ଅଭାବ। ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଭ୍ୟାକସିନ ନଥିବାରୁ ରାଜ୍ୟରେ ବନ୍ଦ ହୋଇଗଲାଣି ୪୦୦ ଟିକାକରଣ କେନ୍ଦ୍ର । ୨ ଦିନ ମଧ୍ୟରେ କେନ୍ଦ୍ର ପକ୍ଷରୁ ରାଜ୍ୟକୁ ଟିକା ନଦେଲେ ରାଜ୍ୟରେ ଟିକାକରଣ ବନ୍ଦ ହେବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ବିସ୍ତୃତ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ପ୍ରତ୍ୟେକ ଦିନ ରାଜ୍ୟରେ ୨ଲକ୍ଷ ଟିକାକରଣ ଲକ୍ଷ୍ୟ ରହିଛି । କିନ୍ତୁ ଟିକାର ଅଭାବ ଯୋଗୁଁ ଆମେ ଲକ୍ଷ୍ୟ ଧାର୍ଯ୍ୟ ପାରୁନୁ ରହିଛି  । ଟିକା ଅଭାବ ଯୋଗୁଁ ରାଜ୍ୟରେ ୧୫ଶହ ଟିକା କେନ୍ଦ୍ର ମଧ୍ୟରୁ ୪ଶହ ଟିକାକେନ୍ଦ୍ର ବନ୍ଦ ହେଲାଣି । ବର୍ତ୍ତମାନ ୧୧୦୩ଟି ଟିକାକରଣ କେନ୍ଦ୍ରରେ ଚାଲିଛି ଭ୍ୟାକ୍ସିନେସନ। ୨ ଦିନ ଭିତରେ କୋଭିସୀଲଡ଼ ଟିକା ନ ଆସିଲେ ଟିକାକରଣ ବାଧାପ୍ରାପ୍ତ ହେବ।

ରାଜ୍ୟରେ ଟିକାର ଅଭାବ ନେଇକେନ୍ଦ୍ର ସରକାରଙ୍କୁ ମେଲ ଓ ଚିଠି କରାଯାଇଛି ମାତ୍ର କୌଣସି ଉତ୍ତର ଆସିନାହିଁ ।  ରାଜ୍ୟ ୧୫ ଲକ୍ଷ ଟିକା ଦେବାକୁ କେନ୍ଦ୍ରକୁ ଚିଠି ଲେଖି ଦାବି କରିଥିବା ବେଳେ ବର୍ତ୍ତମାନ ୧ଲକ୍ଷ ୭୩ ହଜାର ଟିକା ମହଜୁଦ ଅଛି । କାଲି ଆସିଥିଲା ୩ ଲକ୍ଷ ୩୯ ହଜାର ଟିକା , ତାକୁ ବାଣ୍ଟି ଦିଆଯାଇଛି ବୋଲି  ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି ।

Leave A Reply

Your email address will not be published.