ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି, ଅଗ୍ରାଧିକାର ଭିତ୍ତିରେ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପରିବାର ସଦସ୍ୟଙ୍କୁ ଦିଆଯିବ ଟିକା

ଭୁବନେଶ୍ୱର: ରାଜ୍ୟରେ ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ଟିକାଦାନରେ ଦିଆଯାଉଛି ପ୍ରାଥମିକତା । ସେହି ଭିତ୍ତିରେ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପରିବାର ସଦସ୍ୟଙ୍କୁ ମିଳିବ ଟିକା । ଟିକାଦାନ ବ୍ୟବସ୍ଥା କରିବାକୁ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଏସିଏସ୍ ପ୍ରଦୀପ୍ତ କୁମାର ମହାପାତ୍ର । ମ୍ୟୁନିସିପାଲ କମିଶନର ଓ ସିଡିଏମଓମାନଙ୍କୁ ମଧ୍ୟ ଚିଠି ହୋଇଛି ।

ସୂଚନା ଅନୁଯାୟୀ, ଏଯାଏଁ ୯୫ପ୍ରତିଶତ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଟିକା ଦିଆସରିଲାଣି। ସେମାନଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ଟିକା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ପୂର୍ବରୁ ଅଗ୍ରାଧିକାର ଭିତ୍ତିରେ ସ୍ୱାସ୍ଥ୍ୟକର୍ମଚାରୀଙ୍କୁ ପ୍ରଥମେ କରୋନା ଟିକା ଦିଆଯାଇଥିଲା । ପରେ ୬୦ ବର୍ଷରୁ ଊର୍ଦ୍ଧ୍ୱ ଏବଂ ଏହା ପରେ ୪୫ ବର୍ଷରୁ ଊର୍ଦ୍ଧ୍ୱ ଏବଂ ବର୍ତ୍ତମାନ ୧୮ ବର୍ଷରୁ ଊର୍ଦ୍ଧ୍ୱଙ୍କୁ କରୋନା ଟିକା ଦିଆଯାଉଛି । ଏଥିସହିତ ରାଜ୍ୟରେ ସାମ୍ୱାଦିକଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା କରିବା ସହ ସେମାନଙ୍କୁ ମଧ୍ୟ ଅଗ୍ରାଧିକାର ଭିତ୍ତିରେ କରୋନା ଟିକା ଦିଆଯାଉଛି । ରାଜ୍ୟରେ ଟିକା ଅଭାବ ଦୂର କରିବା ନେଇ ରାଜ୍ୟ ସରକାର ଟିକା ନେଇ ଗ୍ଳୋବାଲ୍ ଟେଣ୍ଡର ମଧ୍ୟ ଆହ୍ୱାନ କରିଛନ୍ତି ।

Leave A Reply

Your email address will not be published.