ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଜି ୧୧ ଜିଲ୍ଲାରେ ଟିକା ଅଭାବରୁ ଟିକାକରଣ ବନ୍ଦ ରହିବ

ଭୁବନେଶ୍ୱର: ରାଜ୍ୟରେ କରୋନା ଟିକାର ଅଭାବ ଚିନ୍ତା ବଢ଼ାଇଛି । ମହାମାରୀ କରୋନା ବିରୋଧରେ ଏକମାତ୍ର ଅସ୍ତ୍ର ଭାବେ ଉଭା ହୋଇଛି କରୋନା ଟିକା । କେନ୍ଦ୍ର ସରକାର ଜୁନ୍ ମାସ ପାଇଁ ଆବଶ୍ୟକ ଟିକା ଦେଇନଥିବାରୁ ଟିକାର ଅଭାବ ଦେଖାଦେଇଛି । ଫଳରେ ଆଜି ରାଜ୍ୟର ୧୧ ଜିଲ୍ଲାରେ ଟିକାକରଣ ବନ୍ଦ କରାଯାଇଛି । ଅନୁଗୁଳ, ବଲାଙ୍ଗିର, ବାଲେଶ୍ୱର, ଭଦ୍ରକ, ଢେଙ୍କାନାଳ, ଯାଜପୁର, ଗଞ୍ଜାମ, ଝାରସୁଗୁଡ଼ା, ସୋନପୁର, କେନ୍ଦ୍ରାପଡ଼ା ଓ କୋରାପୁଟ ଜିଲ୍ଲାରେ ଆଜି ଟିକାକରଣ ବନ୍ଦ ରହିବ । ଏଭଳି ସ୍ଥିତିରେ କେନ୍ଦ୍ର ସରକାର ଖୁବଶୀଘ୍ର ଟିକା ନଦେଲେ ଟିକାକରଣ ଆହୁରି ବାଧାପ୍ରାପ୍ତ ହେବ । କୋଭିସିଲ୍ଡ ଟିକାର ଅଭାବ ଦେଖା ଦେଇଥିବାରୁ କେନ୍ଦ୍ର ସରକାର ତୁରନ୍ତ ଜୁନ ମାସର ୬ ଲକ୍ଷ ଡୋଜ୍ ଦେବା ପାଇଁ ରାଜ୍ୟ ଦାବି କରିଛି । ଏନେଇ କେନ୍ଦ୍ରକୁ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଚିଠି ମଧ୍ୟ ଲେଖିଛନ୍ତି । ହେଲେ କେନ୍ଦ୍ର ସରକାର ଏ ପର୍ଯ୍ୟନ୍ତ ଟିକା ଦେଇନଥିବାରୁ ଅନେକ ଟିକାଦାନ କେନ୍ଦ୍ର ବନ୍ଦ ହେବାରେ ଲାଗିଛି । ଜୁନ୍ ୨୧ ପରେ ଜୁନ୍ ୩୦ରେ ସବୁଠୁ କମ୍ କେନ୍ଦ୍ରରେ କୋଭିଡ୍ ଟିକା ଦିଆଯିବ । କୋଭିସିଲ୍ଡ ଟିକାର ଅଭାବ ଯୋଗୁଁ ଏଭଳି ସ୍ଥିତି ଉପୁଜିଛି । ଏବେ ରାଜ୍ୟ ପାଖରେ କୋଭିସିଲ୍ଡ ଟିକାର ମାତ୍ର ୩୮ ହଜାର ୩୮୦ ଡୋଜ୍ ଟିକା ଉପଲବ୍ଧ ଅଛି । ଜୁଲାଇ ୨ରେ କୋଭିସିଲ୍ଡ ଟିକା ରାଜ୍ୟକୁ ମିଳିବାର ସମ୍ଭାବନା ରହିଛି ।

Leave A Reply

Your email address will not be published.