ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଯମୁନା ନଦୀରେ ଡଙ୍ଗା ବୁଡ଼ି ୩ ମୃତ, ୧୭ରୁ ଉର୍ଦ୍ଧ୍ବ ନିଖୋଜ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରେ ମଝିନଈରେ ଗୁରୁବାର ଏକ ବଡ଼ ଧରଣ ଅଘଟଣ ଘଟିଛି। ଉତ୍ତରପ୍ରଦେଶର ବାନ୍ଦା ନିକଟରେ ଯମୁନା ନଦୀରେ ଏକ ଡଙ୍ଗା ବୁଡ଼ି ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୭ରୁ ଅଧିକ ନିଖୋଜ ଥିବା ଜଣାପଡ଼ିଛି। ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ଯ ଆରମ୍ଭ କରିଛନ୍ତି।

ସୂଚନା ଅନୁଯାୟୀ,ଉକ୍ତ ଡଙ୍ଗାରେ ୩୫ ଜଣ ଲୋକ ଥିବା କୁହାଯାଉଛି। ଏଥିରୁ ୧୭ ଜଣ ବର୍ତ୍ତମାନ ସୁଦ୍ଧା ନିଖୋଜ ଥିବା ବେଳେ ୧୫ ଜଣ ପହଁରି ନଦୀ କୂଳକୁ ଫେରି ଆସିଛନ୍ତି। ଜଳର ପ୍ରବଳ ସ୍ରୋତ ଯୋଗୁଁ ଡଙ୍ଗାଟି ନିୟନ୍ତ୍ରଣ ହରାଇ ବୁଡ଼ିଯାଇଥିବା ଜଣାପଡ଼ିଛି। ଡଙ୍ଗା ବୁଡ଼ିଯିବା ଘଟଣାରେ ମୁଖ୍ଯମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିଛନ୍ତି। ଜିଲ୍ଲା ମାଜିଷ୍ଟ୍ରେଟ, ଡିଜି, ଏନଡିଆରଏଫ ଏବଂ ଏସଡିଆରଏଫ ଟିମକୁ ତୁରନ୍ତ ଘଟଣାସ୍ଥଳକୁ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଘଟଣାସ୍ଥଳରେ ଏସପି ଅଭିନନ୍ଦନ ପହଞ୍ଚି କହିଛନ୍ତି ଯେ, ଡଙ୍ଗାରେ ପ୍ରାୟ ୩୫ ଜଣ ଲୋକ ଥିଲେ। ସେଥିମଧ୍ୟରୁ ୧୫ ଜଣ ସୁରକ୍ଷିତ ଭାବେପହଁରି ନଦୀ କୂଳକୁ ଫେରିଛନ୍ତି। ୧୭ ଜଣ ନିଖୋଜ ଅଛନ୍ତି। ୩ଜଣଙ୍କ ମୃତ୍ଯୁ ଘଟିଛି। ମୃତକଙ୍କ ମଧ୍ଯରେ ଜଣେ ପୁରୁଷ, ମହିଳା  ଓ ଜଣେ ଏକ ବର୍ଷର ଶିଶୁ ରହିଛନ୍ତି।

Leave A Reply

Your email address will not be published.