ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବାଣୀବିହାର କ୍ୟାମ୍ପସରେ ଆତଙ୍କ : ବୁଲିଲା ଖଣ୍ଡା- ଭୁଜାଲି, ଦୌଡ଼ିଲେ ଛାତ୍ର ଛାତ୍ରୀ

ଭୁବନେଶ୍ବର :  ବାଣୀବିହାର କ୍ୟାମ୍ପସରେ ଆତଙ୍କ। କ୍ୟାମ୍ପସପରିସରରେ ବୁଲିଲା ଖଣ୍ଡା, ଭୁଜାଲି । ପୁରୁଣା ଭିସି ଅଫିସ ଆଗରେ ଦୁଇ ଛାତ୍ରଗୋଷ୍ଠୀ ମଧ୍ୟରେ ଝଗଡା ସହ ଆକ୍ରମଣ ହୋଇଛି। ଗାଳି ଗୁଳଜ ସହ ଖଣ୍ଡା ଓ ଭୁଜାଲି ବୁଲାଇ ଆତଙ୍କ ଖେଳାଇଥିଲେ ଯାହା ଫଳରେ କ୍ୟାମ୍ପସରେ ଥିବା ଛାତ୍ରଛାତ୍ରୀ ଭୟରେ ଦୌଡ଼ି ପଳାଇଥିଲେ।

ସୂଚନାଅନୁସାରେ ଆଜି ଅପରାହ୍ନ ୫ ଟା ସମୟରେ ହଠାତ କୌଣସି କାରଣ ପାଇଁ ପୁରୁଣା ଭିସି ଅଫିସ ଆଗରେ ଦୁଇ ଛାତ୍ରଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ହୋଇଥିଲେ। ଗାଳି ଗୁଳଜ ସହ ଖଣ୍ଡା ଓ ଭୁଜାଲି ବୁଲାଇ ଆତଙ୍କ ଖେଳାଇବା ସହ କିଛି ଗାଡି ଭଙ୍ଗା ରୁଜା ସହ ଠେଙ୍ଗାରେ ଆକ୍ରମଣ କରିଥିଲେ। ଘଟଣାସମ୍ପର୍କରେ ସୂଚନା ପାଇଁ ସହୀଦ ନଗର ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ପୁଲିସ କହିଛି ଯେ କ୍ୟାମ୍ପସ ବାହାର କିଛି ଅଣଛାତ୍ର ଆସି ଛାତ୍ରଙ୍କୁ ଆକ୍ରମଣ କରିଥିବା ସୂଚନା ମିଳିଛି। ତେବେ ଆକ୍ରମଣର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୁଲିସ ତଦନ୍ତ କରୁଛି।

Leave A Reply

Your email address will not be published.