ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିଜେଡି କାର୍ଯ୍ୟାଳୟରେ ଉତ୍କଳ ଦିବସ ପାଳିତ, ଉତ୍କଳର ବରପୁତ୍ରଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କଲେ ବିଜେଡିର ନେତା ଓ କର୍ମୀ

ଭୁବନେଶ୍ବର : : ୧୯୩୬ ମସିହା ଆଜିର ଦିନରେ ଆମ ରାଜ୍ୟ ଓଡିଶା ପାଇଥିଲା ନୂଆ ପରିଚୟ । ନବଗଠିତ ରାଜ୍ୟ ଭାବରେ ଦେଶର ମାନଚିତ୍ରରେ ସ୍ଥାନ ପାଇଥିଲା ଉତ୍କଳ ପ୍ରଦେଶ । ଓଡିଶା ନବଗଠିତ ହେବା ସ୍ମୃତିରେ ପ୍ରତି ବର୍ଷ ଏପ୍ରିଲ ମାସ ୧ ତାରିଖକୁ ଉତ୍କଳ ଦିବସ ଭାବରେ ପାଳନ କରାଯାଏ । ଆଜିର ଦିନ ଓଡିଶା ଇତିହାସରେ ଏକ ସ୍ମରଣୀୟ ମୁହୂର୍ତ୍ତ । ଭାଷା ଭିତ୍ତିରେ ଏକ ପ୍ରଦେଶ ଗଠନର ସ୍ବପ୍ନ ସହତି ଜଡିତ ଓଡିଆ ଜାତିର ସ୍ବାଭିମାନର ଏକ ସ୍ମାରକ ଜନ୍ମ ନେଇଥିଲା ।  ନଦନଦୀ, ପ୍ରକୃତି ପ୍ରାଚୂର୍ଯ୍ୟରେ ପରିପୂର୍ଣ୍ଣ ଉତ୍କଳ ଏକ ପ୍ରାଣମୟ ଭୂଖଣ୍ଡ ସମଗ୍ର ଭାରତ ବର୍ଷରେ ଏକ ଉନ୍ନତ ତଥା ବିଭବଶାଳୀ ରାଜ୍ୟ ଭାବେ ପରିଚିତ । ପ୍ରତିବର୍ଷ ଏପ୍ରିଲ ପହିଲା ଦିନଟିକୁ ଓଡ଼ିଶା ଦିବସ ରୂପେ ପାଳନ କରାଯାଇ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର କର୍ଣ୍ଣଧାରମାନଙ୍କୁ ସମ୍ମାନ ଅର୍ପଣ କରାଯାଏ ।

ଆଜି ସାରା ରାଜ୍ୟରେ ଉତ୍କଳ ଦିବସ ପାଳନ କରାଯାଉଥିବା ବେଳେ ରାଜ୍ୟ ବିଜେଡି କାର୍ଯ୍ୟାଳୟରେ ମଧ୍ୟ ଉତ୍କଳ ଦିବସ ପାଳିତ ହୋଇ ଯାଇଛି । ଏହି ଅବସରର ଉତ୍କଳର ବରପୁତ୍ରଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ବିଜେଡିର ନେତା ଓ କର୍ମୀ। ଉତ୍କଳ ପ୍ରଦେଶ ଗଠନରେ ସଂଘର୍ଷ କରିଥିବା ବୀରପୁତ୍ରଙ୍କ ଫୋଟ ସମ୍ମୁଖରେ ପ୍ରଦୀପ ପ୍ରଜ୍ଜଳନ କରାଯାଇଥିଲା। ଯେଉଁ ଚିନ୍ତା ଓ ଚେତନା ପାଇଁ ଉତ୍କଳ ପ୍ରଦେଶ ଗଠନ ହୋଇଥିଲା ତାହାକୁ ସ୍ମରଣ କରିଛନ୍ତି ବେଜେଡି କର୍ମୀ । ତାସହିତ ଯେଉଁ ଚିନ୍ତାଧାରା ନେଇ ଉତ୍କଳ ପ୍ରଦେଶ ଗଠନ ହୋଇଥିଲା ତାହାକୁ ଆଗକୁ ନେବାକୁ ଦଳୀୟ କର୍ମୀ ସଂକଳ୍ପ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବିଜେଡି ସାଙ୍ଗଠନିକ ମୁଖ୍ୟାଳୟ ସମ୍ପାଦକ ସଞ୍ଜୟ ଦାସ ବର୍ମା,ବିଧାୟକ ଅନନ୍ତ ନାରାୟଣ ଜେନା, ମନ୍ତ୍ରୀ ଅଶୋକପଣ୍ଡା, ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ସୁଲତା ଦେଓ ଆଦି କର୍ମୀ ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.