ୟୁଏସ୍‌ବି ଡ୍ରାଇଭ୍‌ ଅପବ୍ୟବହାର : ୫୨% ସାଇବର ଆଟାକ୍‌ର ମୁଖ୍ୟ କାରଣ

ନୂଆଦିଲ୍ଲୀ : ସାଇବର ଆଟାକ୍ ନେଇ ନୂଆ ରିପୋର୍ଟ ଆସିଛି। ତେବେ ଅଧାରୁ ଅଧିକ ସାଇବର ଅପରାଧ ମାମଲା ରିମୁଭେବଲ ଡ୍ରାଇଭ ବା ୟୁଏସ୍‌ବି ଡ୍ରାଇଭ୍‌ର ଅପବ୍ୟବହାର ଯୋଗୁ ହୋଇଥାଏ ବୋଲି ଜଣାଯାଇଛି। ରିପୋର୍ଟ ଅନୁସାରେ ପ୍ରତିବର୍ଷ ଏହି ମାମଲା ବୃଦ୍ଧି ପାଇବାରେ ଲାଗିଛି। ୨୦୨୧ ତୁଳନାରେ ୨୦୨୨ରେ ହୋଇଥିବା ଅଧିକାଂଶ ସାଇବର ଠକେଇ ମାମଲାରେ ୟୁଏସ୍‌ବି ଡିଭାଇସର ବ୍ୟବହାର ହୋଇଛିବ। ଏହି ତଥ୍ୟ ସାମ୍ନାକୁ ଆସିବା ପରେ ସାଇବର ସୁରକ୍ଷା ସେଲ୍ ପକ୍ଷରୁ ଏହାକୁ ରୋକିବାକୁ ନୂଆ ରଣନୀତି ପ୍ରସ୍ତୁତ କରାଯାଉଛି। ୟୁଏସ୍‌ବି ଡ୍ରାଇଭ୍‌ଦ୍ୱାରା ଡାଟା ଚୋରି ମାମଲା ବୃଦ୍ଧି ପାଇବାରେ ଲାଗିଛି।

ରିପୋର୍ଟ ଅନୁସାରେ ଗତବର୍ଷ ତୁଳନାରେ ଚଳିତବର୍ଷ ୟୁଏସବି ଡ୍ରାଇବ ଦ୍ୱାରା ଡାଟା ଲିକ୍ ମାମଲା ୨୦% ବଢ଼ିଛି। ୨୦୨୨ ରିପୋର୍ଟ ଅନୁସାରେ ଚଳିତବର୍ଷ ୫୨% ସାଇବର ଆକ୍ରମଣ ୟୁଏସ୍‌ବି ଡ୍ରାଇଭ୍‌ ବ୍ୟବହାର ଯୋଗୁ ହୋଇଥିବା ଜଣାପଡ଼ିଛି। ଗତବର୍ଷ ଏହି ମାମଲା ୩୨ ପ୍ରତିଶତ ରହିଥିଲା । ସାଇବର ଆଟାକ ମାମଲାରେ USB ଡ୍ରାଇଭର ବ୍ୟବହାର ବଢୁଥିବାରୁ ସିକ୍ୟୁରିଟି ଏଜେନ୍ସି ପାଇଁ ବଡ଼ ଚାଲେଞ୍ଜ ସୃଷ୍ଟି କରିଛି । ଅନୁସନ୍ଧାନରୁ ଜଣାପଡିଛି ଯେ ଇଣ୍ଡଷ୍ଟ୍ରିକୁ ନଷ୍ଟ କରିବାରେ ଟ୍ରୋଜନ ମାଲୱେର୍ ଆଗରେ ରହିଛି। ଇଣ୍ଡଷ୍ଟ୍ରିଆଲ ସିଷ୍ଟମରେ ଠାବ ହେଉଥିବା ପ୍ରାୟ ୭୬% ମାଲୱେର୍ ହେଉଛି ଟ୍ରୋଜାନ୍। ଏହି ଉପାୟରେ ହ୍ୟାକର୍ସମାନେ ୟୁଏସ୍‌ବି ଡିଭାଇସ ସାହାଯ୍ୟରେ ମଧ୍ୟ ଟ୍ରୋଜାନ୍ ଇନଷ୍ଟଲ କରିବାକୁ ଚେଷ୍ଟା କରିଥାନ୍ତି, ଯାହାପରେ ସେମାନେ ସିଷ୍ଟମକୁ ନିଜ ନିୟନ୍ତ୍ରଣକୁ ନେଇଯାଇଥାନ୍ତି।

Leave a comment