ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିଶ୍ବରେ ବିରଳ ହାର୍ଟ ଟ୍ରାନ୍ସପ୍ଲାଣ୍ଟ୍ : ମଣିଷ ଶରୀରରେ ଲାଗିଲା ଘୁଷୁରୀର ହୃଦୟ

ୱାଶିଂଟନ : ବିଶ୍ବରେ ପ୍ରଥମ ଥର ପାଇଁ ଏକ ବିରଳ ହାର୍ଟ ଟ୍ରାନ୍ସପ୍ଲାଣ୍ଟ୍  କରାଯାଇଛି। ଯେଉଁଥିରେ ଜଣେ ମଣିଷ ଶରୀରରେ ଘୁଷୁରୀର ଦୃଦୟକୁ ସଫଳତାର ସହ ପ୍ରତିରୋପଣ କରାଯାଇଛି। ଯାହା ମେଡିକାଲ ସାଇନ୍ସ ଇତିହାସରେ ଏକ ବିରଳ ଘଟଣା। ଆଉ ଏହି ବିରଳ ହାର୍ଟ ଟ୍ରାନ୍ସପ୍ଲାଣ୍ଟ୍ କରି ଆମେରିକାର ଡାକ୍ତର ମାନେ ମେଡିକାଲ୍ ସାଇନ୍ସ ଇତିହାସରେ କୀର୍ତ୍ତିମାନ ସ୍ଥାପନା କରିଛନ୍ତି। ଜେନେଟିକ ଅପରେସନ  ମାଧ୍ୟମରେ ଜଣେ ୫୭ ବର୍ଷୀୟ ପୁରୁଷ ଶରୀରରେ ଲାଗିଛି ଘୁଷୁରୀ ହାର୍ଟ  । ପ୍ରଥମ ଥର ପାଇଁ  ଏହି ଐତିହାସିକ ଟ୍ରାନ୍ସପ୍ଲାଣ୍ଟ କରାଯିବା ସହ ଅପରେସନ ସଫଳ ହୋଇଛି  । ଶୁକ୍ରବାର ଅସ୍ତ୍ରୋପ୍ରଚାର କରାଯାଇଥିବାବେଳେ ଏହାର ସବିଶେଷ ତଥ୍ୟ ସୋମବାର ମେରିଲ୍ୟାଣ୍ଡ ୟୁନିଭରସିଟି ମେଡିକାଲ ସ୍କୁଲ  ପ୍ରଦାନ କରିଛି  ।

ମିଳିଥିବା ସୂଚନା ମୁତବାକ  ମେରିଲ୍ୟାଣ୍ଡ ନିବାସୀ ୫୭ ବର୍ଷର ଡେଭିଡ୍ ବେନେଟ୍ ଗମ୍ଭୀର ସ୍ୱାସ୍ଥ୍ୟଗତ ସମସ୍ୟା ଦେଇ ଗତି କରୁଥିଲେ । ତାଙ୍କ ମାମଲାରେ ହାର୍ଟ ଟ୍ରାନ୍ସପ୍ଲାଣ୍ଟ୍ କୁ ଠିକ୍ ବୋଲି ଧରାଯାଉ ନଥିଲା । ତେଣୁ କେବଳ ମେସିନ୍ ସାହାଯ୍ୟରେ ଜୀବିତ କରି ରଖାଯାଇଥିଲା।  ପରେ ଡାକ୍ତରଙ୍କ ନିଷ୍ପତ୍ତି କ୍ରମେ ତାଙ୍କର ଅପରେସନ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା। ଅପରେସନ ପୂର୍ବରୁ ଡେବିଟ କହିଥିଲେ, ମୋ ପାଖରେ ଦୁଇଟି ବିକଳ୍ପ ରହିଛି  । ଆପଣ ମୋତେ ମାରିଦିଅନ୍ତୁ ନଚେତ, ମୋର ହାର୍ଟ ପ୍ରତିରୋପଣ କରନ୍ତୁ  । ଅନ୍ଧାରରେ ବାଡି ବୁଲଇବା ଭଳି ମୁଁ ବଞ୍ଚୁଛି  । କେଉଁ ମୂହୂର୍ତ୍ତରେ ମଧ୍ୟ ମୋର ମୃତ୍ୟୁ ଘଟିପାରେ ବୋଲି କହିଥିଲେ ଅପରେସନ ହୋଇଥିବା ଡେବିଟ ବେନେଟ୍  । ପୂର୍ବରୁ ହାର୍ଟ ବାଇପାସ ମେସିନ ସାହାରା ନେଇ ଡେବିଟ ମୃତ୍ୟୁ ସହ ସଂଘର୍ଷ କରୁଥିଲେ  । ଏଭଳି ଏକ ମାମଲା ମେଡିକାଲରେ ପହଁଚିବା ପରେ ଅମରଜେନ୍ସି ଅସ୍ତ୍ରୋପ୍ରଚାର ନେଇ ଫୁଡ୍ ଆଣ୍ଟ ଡ୍ରଗ୍ସ  ଆଡିମିନଷ୍ଟ୍ରେସନର ଅନୁମତି ମଗାଯାଇଥିଲା  । ପରେ ଆରମ୍ଭ ହୋଇଥିଲା ଅପରେସନ  ।

ନୂଆବର୍ଷରେ ହୋଇଥିବା ଏହି ଐତିହାସିକ ସର୍ଜରୀ ସଫଳତାର ସହ ଶେଷ ହୋଇଛି ବୋଲି ମେରିଲ୍ୟାଣ୍ଡ ୟୁନିଭରସିଟି ମେଡିକାଲ ସ୍କୁଲ ପକ୍ଷରୁ କୁହାଯାଇଛି । ମଣିଷ ଦେହରେ ପଶୁଙ୍କ ଅଙ୍ଗ ପ୍ରତିରୋପଣ କରିବାରେ ଏହା ଏକ ବିରାଟ ମାଇଲଖୁଣ୍ଟ ସୃଷ୍ଟି କରିଛି । ଘୁଷୁରୀ ହୃଦୟ ପ୍ରତିରୋପଣ କରାଯାଇଥିବା ବୃଦ୍ଧଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଡେଭିଡ୍ ଙ୍କ ଶରୀରରେ ହାର୍ଟ ଟ୍ରାନ୍ସପ୍ଲାଣ୍ଟରେ ସେ ଠିକ୍ ଅଛନ୍ତି । ନୂତନ ଅଙ୍ଗ ତାଙ୍କ ଶରୀରରେ କିପରି କାମ କରୁଛି ତା ଉପରେ ଡାକ୍ତର ମାନେ କଡ଼ା ନଜର ରଖିଛନ୍ତି

ଯେହେତୁ ପ୍ରଥମ ଥର ପାଇଁ ମାନବ ଶରୀରରେ ଘୁଷୁରୀ ହାର୍ଟ ଟ୍ରାନ୍ସପ୍ଲାଣ୍ଟ ହେଉଛି  । ତେଣୁ ଏହାକୁ ଚ୍ୟାଲେଞ୍ଜର ସହ ଗ୍ରହଣ କରିଥିଲେ ଡାକ୍ତରୀ ଟିମ୍  । ଚିକିତ୍ସା କରୁଥିବା ଡାକ୍ତର  ଗ୍ରୀଫିଥ୍ କହିଛନ୍ତି, ଏହା ଏକ ବ୍ରେକ ଥ୍ର୍ୟୁ ସର୍ଜରୀ ରହିଥିଲା, ମଣିଷ ଶରୀରରେ ଅଙ୍ଗ ପ୍ରତ୍ୟାରୋପଣରେ ଏହି ମାମଲା ଏକ ନୂଆ ଫର୍ଦ୍ଦ ଯୋଡିଛି  । ଅପରେସନ ପରେ ବର୍ତ୍ତମାନ ଚିକିତ୍ସିତ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି  ।

Leave A Reply

Your email address will not be published.