ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସଙ୍କଟରେ ଆମେରିକାର ତୃତୀୟ ବ୍ୟାଙ୍କ ଫାଷ୍ଟ ରିପବ୍ଲିକ୍‌, ଆଶଙ୍କାରେ ଭାରତୀୟ ଷ୍ଟାର୍ଟଅପ୍ସ

ୱାଶିଂଟନ୍‌: ଆମେରିକାରେ ଦେଖାଦେଇଥିବା ବ୍ୟାଙ୍କିଙ୍ଗ କ୍ଷେତ୍ର ସଙ୍କଟ ଥମିବାର ନାମ ଧରୁନାହିଁ। ସିଲିକନ୍ ଭ୍ୟାଲି ବ୍ୟାଙ୍କ(ଏସ୍‌ଭିପି) ଏବଂ ସିଗ୍‌ନେଚର ବ୍ୟାଙ୍କ ପରେ ବର୍ତ୍ତମାନ ଆମେରିକାର ତୃତୀୟ ବ୍ୟାଙ୍କ ଫାଷ୍ଟ ରିପବ୍ଲିକ୍ ଦେବାଳିଆ ହେବାର ଦ୍ବାରଦେଶରେ ପହଞ୍ଚିଛି। କାରଣ ମାତ୍ର ୫ ଦିନ ମଧ୍ୟରେ ଫାଷ୍ଟ ରିପବ୍ଲିକ୍ ବ୍ୟାଙ୍କର ଷ୍ଟକ୍ ମୂଲ୍ୟରେ ୬୫.୬୧% ହ୍ରାସ ପାଇଛି। ଗତ ମାସକ ମଧ୍ୟରେ ବ୍ୟାଙ୍କର ଷ୍ଟକ୍ ମୂଲ୍ୟ ୭୦.୩୦ ପ୍ରତିଶତ ହ୍ରାସ ପାଇଛି। ଏଭଳି ପରିସ୍ଥିତିରେ ନିବେଶକଙ୍କ ମଧ୍ୟରେ ଏହି ବ୍ୟାଙ୍କକୁ ନେଇ ଚିନ୍ତା ପ୍ରକାଶ ପାଇଛି। ଅପରପକ୍ଷେ ରେଟିଂ ଏଜେନ୍ସି ମୁଡିସ୍ ଇନ୍‌ଭେଷ୍ଟର୍ସ ସର୍ଭିସ୍‌ ଫାଷ୍ଟ ରିପବ୍ଲିକ୍ ବ୍ୟାଙ୍କକୁ ଏହାର ସମୀକ୍ଷା ଅଧୀନରେ ରଖିଛି।

ଏହାବ୍ୟତୀତ ମୁଡିସ୍‌ ଯେଉଁ ୬ ଆମେରିକୀୟ ବ୍ୟାଙ୍କକୁ ଏହାର ସମୀକ୍ଷା ଅଧିନରେ ରଖିଛି ତାହା ମଧ୍ୟରେ ଫାଷ୍ଟ ରିପବ୍ଲିକ୍ ବ୍ୟାଙ୍କ ସାମିଲ ଅଛି। ଏହାବ୍ୟତୀତ ରେଟିଂ ଏଜେନ୍ସି ଜିଓନ୍ସ, ୱେଷ୍ଟର୍ଣ୍ଣ ଆଲିଆନ୍ସ, କୋମେରିକା, ୟୁଏମ୍‌ବି ଫାଇନାନ୍ସିଆଲ୍ କର୍ପ ଏବଂ ଇନ୍‌ଟ୍ରଷ୍ଟ ଫାଇନାନ୍ସିଆଲ୍ କର୍ପୋରେସନ ବ୍ୟାଙ୍କର ରେଟିଂକୁ ଡାଉନଗ୍ରେଡ୍ କରିଛି। ଏହାସତ୍ତ୍ବେ ଫାଷ୍ଟ ରିପବ୍ଲିକ୍ ବ୍ୟାଙ୍କ କହିଛି ଯେ, ବ୍ୟାଙ୍କ ଚଳାଇବା ପାଇଁ ଆମ ପାଖରେ ପର୍ଯ୍ୟାପ୍ତ ପରିମାଣର ନଗଦ ରାାଇ ରହିଛି। ଏହାପୂର୍ବରୁ ସୋମବାର ୱେଷ୍ଟର୍ଣ୍ଣ ଆଲାଇନ୍ସ ବ୍ୟାଙ୍କ କହିଛି ଯେ ବ୍ୟାଙ୍କ ନିକଟରେ ୨୫ ବିଲିୟନ ଡଲାରରୁ ଅଧିକ ନଗଦ ଉପଲବ୍ଧ। ଏଭଳି ପରିସ୍ଥିତିରେ ଆମେରିକୀୟ ବ୍ୟାଙ୍କିଙ୍ଗ ସଙ୍କଟର କୌଣସି ପ୍ରଭାବ ଭାରତୀୟ ବ୍ୟାଙ୍କ ଉପରେ ପଡିବ ନାହିଁ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଆମେରିକାର ଦୁଇଟି ବଡ ବ୍ୟାଙ୍କ ଦେବାଳିଆ ହେବା ଦ୍ୱାରା ଭାରତୀୟ ବ୍ୟାଙ୍କ ପ୍ରଭାବିତ ହେବେ ନାହିଁ ବୋଲି ଆର୍ଥିକ ସେବା ସଂସ୍ଥା ମ୍ୟାକ୍ୱାରି କହିଛି। ଏଜେନ୍ସି କହିଛି ଯେ ସ୍ଥାନୀୟ ଜମା ଉପରେ ନିର୍ଭରଶୀଳତା, ସରକାରୀ ବଣ୍ଡରେ ବିନିଯୋଗ ଏବଂ ପର୍ଯ୍ୟାପ୍ତ ପରିମାଣର ନଗଦ କାରଣରୁ ଭାରତୀୟ ବ୍ୟାଙ୍କଗୁଡିକ ଏକ ଦୃଢ଼ ସ୍ଥିତିରେ ରହିଛନ୍ତି। କିଛି ମାସ ଧରି ଭାରତୀୟ ବ୍ୟାଙ୍କଗୁଡିକ ବିଦେଶୀ ବ୍ୟାଙ୍କ ଅପେକ୍ଷା ଭଲ ପ୍ରଦର୍ଶନ କରୁଛନ୍ତି। ଏଜେନ୍ସିର କହିବା ହେଉଛି ଅଧିକାଂଶ ଭାରତୀୟ ବ୍ୟାଙ୍କ ସିକ୍ୟୁରିଟିଜ୍‌ରେ ମାତ୍ର ୨୨-୨୮% ବିନିଯୋଗ କରିଛନ୍ତି। ବ୍ୟାଙ୍କଗୁଡିକର ସିକ୍ୟୁରିଟି ନିବେଶର ୮୦% ସରକାରୀ ବଣ୍ଡ ରହିଛି।

ଆଶଙ୍କାରେ ଭାରତୀୟ ଷ୍ଟାର୍ଟଅପ୍ସ
ଆମେରିକାରେ ଦେଖାଦେଇଥିବା ବ୍ୟାଙ୍କିଙ୍ଗ କ୍ଷେତ୍ର ସଙ୍କଟ ପରିପ୍ରେକ୍ଷୀରେ କେନ୍ଦ୍ର ଇଲେକ୍‌ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ମଙ୍ଗଳବାର ୧୦୦ ରୁ ଅଧିକ ଷ୍ଟାର୍ଟଅପ୍ ଏବଂ ଭେଞ୍ଚର କ୍ୟାପିଟାଲିଷ୍ଟଙ୍କୁ ଭେଟି ଆଲୋଚନା କରିଛନ୍ତି। ବର୍ତ୍ତମାନର ବିଶ୍ୱ ବ୍ୟାଙ୍କିଙ୍ଗ ସଙ୍କଟ ସମୟରେ ସରକାର ଷ୍ଟାର୍ଟଅପ୍‌ମାନଙ୍କୁ ସାହାଯ୍ୟ କରିବେ ବୋଲି ସେ କହିଛନ୍ତି। ବୈଠକରେ ଚନ୍ଦ୍ରଶେଖର ସିଲିକନ୍ ଭ୍ୟାଲି ବ୍ୟାଙ୍କର ପତନ ସହ ଜଡିତ ପ୍ରମୁଖ ପ୍ରସଙ୍ଗଗୁଡିକ ଉପରେ ଆଲୋଚନା କରିଥିଲେ। ଖବର ଅନୁଯାୟୀ, ୧୦୦୦ରୁ ଅଧିକ ଭାରତୀୟ ଷ୍ଟାର୍ଟଅପ୍ ର ସିଲିକନ୍‌ ଭ୍ୟାଲି ବ୍ୟାଙ୍କ ସହ କାରବାର ରହିଥାଇପାରେ।

Leave A Reply

Your email address will not be published.