ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ୟୁକ୍ରେନ ନିକଟରେ ଉଡ଼ିଲା ଆମେରିକାର ବୋମାବର୍ଷୀ ବିମାନ

କିଭ୍‌ : ୟୁକ୍ରେନରେ ଜାରି ଯୁଦ୍ଧ ମଧ୍ୟରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ନାଟୋ ଦେଶକୁ ପରମାଣୁ ଯୁଦ୍ଧ ଧମକ ଦେଇଛନ୍ତି। ଏହା ପରଠାରୁ ଆମେରିକା ବାୟୁସେନା ସକ୍ରିୟ ହୋଇଯାଇଛି। ଉତ୍ତେଜନା ମଧ୍ୟରେ ଆମେରିକା ୟୁକ୍ରେନ ନିକଟସ୍ଥ ରୋମାନିଆକେ ନିଜ ପରମାଣୁ ବୋମାବର୍ଷୀ ବିମାନ ‘ବି-୫୨’ ଉଡାଇ ରୁଷକୁ କଡ଼ା ବାର୍ତ୍ତା ଦେଇଛି। ଏହି ସମୟରେ ଜର୍ମାନୀ ଏବଂ ରୋମାନିଆ ମଧ୍ୟ ଯୁଦ୍ଧାଭ୍ୟାସ କରିଥିଲେ। ଆମେରିକା ଏହି ଅଭ୍ୟାସ ମାଧ୍ୟମରେ ରୁଷ ବିରୋଧରେ ମିଳିତ ଶକ୍ତି ପ୍ରଦର୍ଶନ କରୁଛି ବୋଲି କୁହାଯାଉଛି। ‘ବି-୫୨’ ଆମେରିକା ବାୟୁସେନାର ସବୁଠାରୁ ବଡ଼ ବୋମାବର୍ଷୀ ବିମାନ।

ଏହା ବ୍ରିଟେନର ରୟାଲ ଏୟାରଫୋର୍ସ ଷ୍ଟେସନରୁ ଉଡାଣ ଆରମ୍ଭ କରିଥିଲା। ୟୁରୋପରେ ଥିବା ଆମେରିକା ବାୟୁସେନା ପକ୍ଷରୁ ବିବୃତ୍ତି ଜାରି କରି କୁହାଯାଇଛି ଯେ ଏହି ବିମାନ ରୋମାନିଆ ସମେତ ନାଟୋ ଅଞ୍ଚଳରେ ଆକାଶମାର୍ଗରୁ ସହୟତା ପ୍ରଦାନ ଏବଂ ଏକିକୃତ ଅଭିଯାନ ସଫଳ କରିବାର ଅଭ୍ୟାସ କରିଥିଲା। ରିପୋର୍ଟ ଅନୁଯାୟୀ ରୋମାନିଆରେ ଅଭ୍ୟାସ ସମୟରେ ଏହି ବିମାନ ନାଟୋଦେଶର ଶେଷ ସୀମା ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା। ଏହା ୟୁକ୍ରେନ ଆକାଶ ସୀମାକୁ ଲାଗିରହିଛି। ଯୁଦ୍ଧ ଜାରି ରହିଥିବା ସମୟରେ ରୁଷ ୟୁକ୍ରେନ ଆକାଶ ସୀମାରେ ପ୍ରଭୂତ୍ବ ବିସ୍ତାର କରିବାକୁ ଚାହୁଁଛି। ନାଟୋ ସହ କେହି ମୁକାବିଲା କରିପାରିବେ ନାହିଁ ବୋଲି ଏହି ଅଭ୍ୟାସରେ ବାର୍ତ୍ତା ଦିଆଯାଇଥିବା ନାଟୋର ଏୟାର କମାଣ୍ଡର ଅଧିକାରୀ ଜେନେରାଲ ଜେଫ ହ୍ୟାରିଗିଆନ କହିଛନ୍ତି।

ଏହା ମଧ୍ୟରେ ଆମେରିକା ଗୁଇନ୍ଦା ଏଜେନ୍ସି ଅନୁମାନ କରିଛି ଯେ ରୁଷ ଭଡାରେ ଆଣିଥିବା ୨୦୦ ସୈନିକ ୟୁକ୍ରେନରେ ପ୍ରାଣ ହରାଇଛନ୍ତି। ୟୁକ୍ରେନ ଲୋକଙ୍କ ମନୋବଳ ଭାଙ୍ଗିବା ପାଇଁ ରୁଷ ଅଧିକ ଘାତକ ଅସ୍ତ୍ରଶସ୍ତ୍ର ମୁତୟନ କରିପାରେ ବୋଲି ଏଜେନ୍ସି ଅନୁମାନ କରିଛି। ଶୀତଳ ଯୁଦ୍ଧ ସମୟରେ ଆମେରିକାର ବି-୫୨ ବିମାନ ପ୍ରଥମ ଥର ପାଇଁ ୧୯୫୦ରେ ଉଡାଣ ଆରମ୍ଭ କରିଥିଲା। ଏହା ମଧ୍ୟରେ ଏହି ବିମାନର ଅନେକ ଉନ୍ନତ ସଂସ୍କରଣ ଆସିସାରିଛି। ଆମେରିକା ବାୟୁସେନା ଏହି ବିମାନରୁ ବୋମାମାଡ କରିବାର ନେତୃତ୍ବ ନେଉଛି। ଏହି ବିମାନ ସିରିଆ, ଇରାକ, ଆଫଗାନିସ୍ତାନ ଏବଂ ଭିଏତନାମା ଯୁଦ୍ଧରେ ଜୋରଦାର ବୋମାମାଡ କରି ରେକର୍ଡ କରିଥିଲା। ଏହି ବିମାନ ଏକାଥରକେ ୭୦ ହଜାର ପାଉଣ୍ଡର ପେଲୋଡ ନେଇ ୧୨୮୭୪ କିମି ପର୍ଯ୍ୟନ୍ତ ଉଡାଣ କରିପାରିବ। ଏହା ଆକ୍ରମଣ କରି ଯେକୌଣସି ବଡ଼ ସହରକୁ ଧ୍ବଂସ କରିଦେଇପାରେ। ଏଥିରୁ ପରମାଣୁ ବୋମା ମଧ୍ୟ ବର୍ଷଣ କରାଯାଇ ପାରିବ।

Leave A Reply

Your email address will not be published.