ସମ୍ପୂର୍ଣ୍ଣ ମଦ ବନ୍ଦ ନିମନ୍ତେ ଗାଁରେ ଜରୁରୀ ବୈଠକ

କୋମନା: ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ପାଣ୍ଡେଲବାହାଲି ଗ୍ରାମର ମଣ୍ଡପରେ ମଦ ବନ୍ଦ ନିମନ୍ତେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ସମିତିସଭ୍ୟ ହୁକମନ ଜାନି ସଭାପତିତ୍ୱ କରିଥିବା ବେଳେ ଗ୍ରାମର ବହୁ ଭଦ୍ରବ୍ୟକ୍ତି ସଭାରେ ଉପସ୍ଥିତ ଥିଲେ।ବର୍ତମାନ ଗାଁରେ ବେଆଇନ ମଦ କାରବାର ଜୋଗୁଁ ଗାଁ ପରିବେଶ କଲୁଷିତ ହେବାରେ ଲାଗିଛି। ଯାହା ଫଳରେ ସମ୍ପୁର୍ଣ୍ଣ ମଦ ବନ୍ଦ କରିବା ପାଇଁ ଗ୍ରାମବାସୀ ଏକଜୁଟ ହୋଇଛନ୍ତି। ମଦ ବ୍ୟବସାୟୀ ମାନେ ଯଦି ୩୧ ତାରିଖ ସୁଦ୍ଧା ମଦ ବନ୍ଦ ନକରିଲେ ୧୧ ହଜାର ଟଙ୍କା ଜୋରିମାନନା ଆଦାୟ କରାଯିବ ବୋଲି ସର୍ବସମ୍ମତି କ୍ରମେ ବୈଠକରେ ନିଷ୍ପତି ନିଆଯାଇଛି।

Leave a comment