ଗାଁରେ ସହରୀ ଭ୍ରମ, ଆକର୍ଷଣ ସାଜୁଛି ଗ୍ରାମୀଣ ପାର୍କ

କୋଦଳା: ରାଜ୍ୟ ସରକାର ପ୍ରତ୍ୟେକ ପଞ୍ଚାୟତ ସ୍ତରରେ ସୌନ୍ଦର୍ଯ୍ୟକରଣ ପାଇଁ ପାର୍କ ନିର୍ମାଣ ଉପରେ ତୀକ୍ଷ୍‌ଣ ନଜର ରଖିଥିବା ବେଳେ ବେଗୁନିଆପଡା ବ୍ଲକ କେ. ବରିଡା ପଞ୍ଚାୟତରେ ଏକ ଗ୍ରାମୀଣ ପାର୍କ ନିର୍ମାଣ ହୋଇଛି । ଯାହାକି ଗ୍ରାମରେ ସହରୀ ଭ୍ରମ ସୃଷ୍ଟି କରୁଛି । ଏହି ପାର୍କ ଲୋକଙ୍କ ମନୋରଞ୍ଜନ ସହିତ ସନ୍ଧ୍ୟାରେ ଖୋଲା ଆକାଶର ଶୀତଳ ପବନର ଉପଭୋଗ କରିବା ସହ ସେଲ୍‌ଫି ପଏଣ୍ଟ ପାଲଟିଛି । ଏହି ପାର୍କ ପାର୍ଶ୍ୱରେ ଏକ ଜଳାଶୟକୁ ସୌନ୍ଦର୍ଯ୍ୟକରଣ କରାଯାଇଛି । ଜଳାଶୟର ମଧ୍ୟ୍ୟଭାଗରେ ରାଧାକୃଷ୍ଣଙ୍କ ଯୁଗଳ ପ୍ରତିମୂର୍ତ୍ତି ସ୍ଥାପନ ହୋଇଛି । ଆକର୍ଷଣୀୟ ନିମନ୍ତେ ରାଧାକୃଷ୍ଣଙ୍କ ଚତୁଃପାଶ୍ୱର୍ରେ ଫାଉଣ୍ଟେନ୍‌ ଓ ଲାଇଟିଂରେ ସୁସଜ୍ଜିତ କରିଯାଇଛି ।

Urban illusion in the village attraction-is-the-rural-park-in-ganjam

ଏଠାରେ ଏକ ବହୁପୁରାତନ କାଳରୁ ମହାଦେବ ମନ୍ଦିର ଅବସ୍ଥିତ । ମନ୍ଦିର ଚତୁଃପାଶ୍ୱର୍ରେ ଶିବ ପାର୍ବତୀ, ଗଣେଶ, କାର୍ତ୍ତିକ, ହନୁମାନ, ମା’ମଙ୍ଗଳା ବିଭିନ୍ନ ଦେବା ଦେବୀଙ୍କ ମୂର୍ତ୍ତି ସ୍ଥାପନ କରାଯାଇଛି । ବିଶ୍ୱଶାନ୍ତି ପାଇଁ ବହୁଦିନ ହେଲା ଅଖଣ୍ଡ ନାମ ଯଞ୍ଚ ଚାଲୁଅଛି । ମନ୍ଦିର, ଜଳାଶୟ, ପାର୍କ ସୋସିଆଲ ମିଡିଆରେ ଫଟୋ ଭାଇରାଲ ହେବା ପରେ ଲୋକମାନେ ଏଠାକୁ ବୁଲିବା ପାଇଁ ଉତ୍ସାହ ପ୍ରକାଶ କରୁଛନ୍ତି । ଏହି ଉନ୍ନତିମୂଳକ କାର୍ଯ୍ୟରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ସହଯୋଗ କରିଥିବା ବେଳେ ସ୍ଥାନୀୟ ସରପଞ୍ଚ ଚିତ୍ରସେନ ନାୟକ ଏବଂ ଗ୍ରାମବାସୀଙ୍କ ଉଦ୍ୟମରେ ଏହି ପାର୍କ ଓ ଜଳାଶୟ ସୌନ୍ଦର୍ଯ୍ୟକରଣ ହୋଇପାରିଛି ।

Leave a comment