ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଓଲଟିଲା ଶିଶୁ ମନ୍ଦିର ମ୍ୟାଜିକ ଭ୍ୟାନ; ଅଳ୍ପକେ ବର୍ତ୍ତିଲେ ୧୨ ଛାତ୍ରଛାତ୍ରୀ, ୪ଜଣ ଆହାତ ୧ ଜଣ ଗୁରୁତର

କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କୁଲେଇ ଗାଁ ଗୋପାଳସାହି ନିକଟରେ ଚାଷ ଜମିକୁ ଓଲଟିଲା ଶିଶୁ ମନ୍ଦିର ମ୍ୟାଜିକ ଭ୍ୟାନ । ଅଳ୍ପକେ ବର୍ତ୍ତି ଯାଇଛନ୍ତି ୧୨ ଜଣ ଛାତ୍ରଛାତ୍ରୀ ,୪ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି ଏବଂ ଜଣଙ୍କର ମୁଣ୍ଡରେ ଆଘାତ ଲାଗିଥିବା ଯୋଗୁଁ ସେ ଗୁରୁତର ହୋଇଛନ୍ତି । ମ୍ୟାଜିକ ଭ୍ୟାନଟି ଶିଶୁ ମନ୍ଦିର ଛାତ୍ରଛାତ୍ରୀଙ୍କୁ ନେଇ କୁଲେଇ ଗାଁରୁ ବସୁଲେଇ ଶିଶୁ ମନ୍ଦିରକୁ ଯାଉଥିଲା । ଗାଡିଚାଳକଙ୍କ ବେପରୁଆ ଗାଡି ଚାଳନା ଯୋଗୁଁ ଗୋପାଳସାହି ନିକଟରେ ଚାଷ ଜମିକୁ ଓଲଟି ପଡ଼ିଥିଲା । ସ୍ଥାନୀୟ ଲୋକଙ୍କ ସହାୟତାରେ ଛାତ୍ରଛାତ୍ରୀ ମାନଙ୍କୁ ଉଦ୍ଧାର କରାଯାଇଥିଲା । ତେବେ ଗୁରୁତର ଥିବା ଜଣେ ଶିଶୁକୁ ତାଳଚେରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏ ନେଇ ପୋଲିସ ଖବର ପାଇବା ପରେ ଟାଟା ମ୍ୟାଜିକ ଗାଡିଟିକୁ ଅଟକ ରଖିବା ସହ ଅଧିକ ତଦନ୍ତ ଚଳାଇଛି ।

Leave A Reply

Your email address will not be published.