ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସକାଳର ବ୍ରହ୍ମପୁର ସଂସ୍କରଣର ବରିଷ୍ଠ ସାମ୍ବାଦିକ ଚିରଞ୍ଜିତ ରାଜଗୁରୁଙ୍କ ଅକାଳ ବିୟୋଗ

ବ୍ରହ୍ମପୁର: ଆଉ ନାହାନ୍ତି ବରିଷ୍ଠ ସାମ୍ବାଦିକ ଚିରଞ୍ଜିତ ରାଜଗୁରୁ । ଦୈନିକ ଖବରକାଗଜ ସକାଳର ବ୍ରହ୍ମପୁର ସଂସ୍କରଣର ସାମ୍ବାଦିକ ଚିରଞ୍ଜିତ ରାଜଗୁରୁଙ୍କ ଅକାଳ ବିୟୋଗ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୪୬ ବର୍ଷ ହୋଇଥିଲା । ଗତକାଲି ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ବ୍ରହ୍ମପୁର ବଡ ମେଡିକାଲ ଅଣାଯାଇ ଚିକିତ୍ସା କରାଯାଉଥିଲା। ତେବେ ଡାକ୍ତରଙ୍କ ଚେଷ୍ଟା ସତ୍ତ୍ବେ ଫଳ କିଛି ମିଳିନଥିଲା। ଶେଷରେ ତାଙ୍କ ପରଲୋକ ହୋଇଛି । ପେସାରେ ସାମ୍ବାଦିକ ଏବଂ ଓକିଲ ଥିଲେ ଚିରଞ୍ଜିତ। ତାଙ୍କର ଦୁଇଟି ପିଲା ଅଛନ୍ତି ।

ଜଣେ ମେଳାପୀ ମଣିଷ ଥିଲେ । ଲୋକଙ୍କୁ ସାହାର୍ଯ୍ଯ କରିବା, ସତ୍ଯ ଖବରକୁ ଲୋକ ଲୋଚନକୁ ଆଣିବା ତାଙ୍କର ଲକ୍ଷ୍ୟ ଥିଲା। ତାଙ୍କ ବିୟୋଗରେ ସମସ୍ତ ସାମ୍ବାଦିକ ଓ ଓକିଲଙ୍କ ମହଲରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ଚିରଞ୍ଜିତଙ୍କ ବିୟୋଗରେ ବିଜେଡି ସାଂସଦ ମାନସ ମଙ୍ଗରାଜ ଶୋକ ପ୍ରକାଶ କରିଛନ୍ତି । ଶୋକ ସନ୍ତପ୍ତ ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି ମାନସ ମଙ୍ଗରାଜ । ସେହିପରି ସକାଳର ସିଇଓ ସୁବ୍ରତ ଦାସ ଟ୍ବିଟ୍‌ କରି ଆତ୍ମାର ସଦଗତି କାମନା କରିବା ସହ ପରିବାରକୁ ସମବେଦନା ଜଣାଇଛନ୍ତି ।

Leave A Reply

Your email address will not be published.