ଗଞ୍ଜାମ ଜିଲ୍ଲା ଖଲିଙ୍ଗୀ ଗାଁରେ ଅଜଣା ଜନ୍ତୁ ଆତଙ୍କ, ୨୦ ଛେଳି ମୃତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗୀ ଗାଁରେ ଅଜଣା ଜନ୍ତୁ ଆତଙ୍କ । ଅଜଣା ଜନ୍ତୁ ଆକ୍ରମଣରେ ୨୦ଟି ଛେଳିଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଗାଁର ଦାସ ଗୌଡଙ୍କ ଗୁହାଳରେ ଅଜଣା ଜନ୍ତୁ ପଶି ୧୫ଟି ଛେଳିକୁ ଆକ୍ରମଣ କରିଥିବା ବେଳେ ୫ଟି ଛେଳିକୁ ନେଇଯାଇଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ବନ ବିଭାଗ ଏବଂ ପ୍ରାଣୀ ଚିକିତ୍ସକ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
ଗାଁରେ ବାରହା ବୁଲୁଥିବା ବେଳେ ଏଭଳି ଆକ୍ରମଣ କରିଥିବା ସନ୍ଦେହ କରାଯାଉଛି । ଅନ୍ୟପଟେ କିଛି ଦିନ ଧରି ସ୍ଥାନୀୟ ଅଞ୍ଚଳରେ ଲିଂଫି ଭାଇରସରେ ଗାଇଗୋରୁ ଆକ୍ରାନ୍ତ ହୋଇଥିବା ଜଣାପଡିଛି ।
ଏଥିସହିତ ପଢ଼ନ୍ତୁ