ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପଶୁ ହେଲେ ବି ମାଆ : ଅଜଣା ଗାଡି ଧକ୍କାରେ ବାଛୁରୀ ମରିଗଲା ପରେ ମଧ୍ୟ ଛାଡି ଯାଉନି ଗାଈ

ଭୁବନେଶ୍ବର :  ମା’ ସେ ସର୍ବଂସ୍ୱାହା । ମା ପରି ଆଉ କେହି ନାହିଁ । ସେ ପଶୁ ହେଉ ଅବା ମଣିଷ । ଜ୍ଞାନ ଥିବା ମଣିଷ ଯେଉଁଠି ସ୍ୱାର୍ଥ ପାଇଁ ନିଜ ଆତ୍ମୀୟଙ୍କୁ ଭୁଲି ଯାଉଛି । ସେଠି ଗାଈ ଟିଏ କିନ୍ତୁ ଭୁଲିନି ତାର କର୍ତ୍ତବ୍ୟ । ଭୁଲିପାରିନି ତାର ଆତ୍ମୀୟତାକୁ । ସବୁ ବାଧା ବିଘ୍ନକୁ ପଛରେ ପକାଇ ତା ମାଆ ହେବାର ଦାୟିତ୍ୱ ତୁଲାଇଛି । ଅଜଣା ଗାଡି ଧକ୍କାରେ ବାଛୁରୀ ମରି ଯାଇ ରାସ୍ତାର ଡିଭାଇଡରରେ ପଡିଛି। କିନ୍ତୁ ନିଜ ବାଛୁରୀକୁ ଛାଡି କୁଆଡେ ଯାଉନି ଗାଈ। ଏପରିକି ଖାଲି ଗାଈ ନୁହେଁ ଷଣ୍ଢ ମଧ୍ୟ ମୃତ ବାଛୁରୀକୁ ଘେରି ରହିଛି। ପଶୁ ହେଲେବି ସ୍ନେହ ମମତା ଆଗରେ ହାର ମାନିଯାଇଛି ମାନବିକତା ।

ସୂଚନା ଅନୁଯାୟୀ, ଭୁବନେଶ୍ବର ସମ୍‌ ହସ୍ପିଟାଲ ସାମ୍ନାରେ କୌଣସି ଏକ ଅଜଣା ଗାଡି ଧକ୍କାରେ ବାଛୁରୀଟିର ମୃତ୍ୟୁ ହୋଇଛି। ମୃତ ବାଛୁରୀଟି ରାସ୍ତା ମଝିରେ ଥିବା ଡିଭାଇଡରରେ ପଡିରହିଛି। ଆଉ ନିଜ ଛୁଆକୁ କିନ୍ତୁ ଛାଡି ଯାଉନି ମା ଗାଈ। ମୃତ ବାଛୁରୀ ଚାରିପଟେ ବୁଲୁଛି ମା । ସେ ଯେପରି ମଣିଷମାନଙ୍କୁ ପଚାରୁଛି କଣ ପାଇଁ ତା ଛୁଆକୁ ଗାଡି ଧକ୍କା ଦେଇ ଏପରି ତଳେ ପକାଇ ଦେଇଛ। ସମ୍ ମେଡିକାଲ ସାମ୍ନାରେ ଦିର୍ଘ ସମୟ ଧରି ଏପରି ମୃତ ବାଛୁରୀକୁ ଘେରି ରହିଛନ୍ତି ଗାଈ ପଲ। ରାସ୍ତା ରେ ଅନେକ ଲୋକ, ଗାଡି ଯାତାୟାତ କରୁଥିବା ବେଳେ ଗାଈ ଟି ସେମିତି ତା ଛୁଆ ବାଛୁରୀକୁ ଜଗି ରହିଛି।

Leave A Reply

Your email address will not be published.