ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସତ୍ୟକୁ ବିକୃତ କରି ଲୋକଙ୍କ ସାମ୍ନାରେ ଉପସ୍ଥାପନ କରୁଛନ୍ତି କେନ୍ଦ୍ରମନ୍ତ୍ରୀ : ପ୍ରସନ୍ନ ଆଚାର୍ଯ୍ୟ

ବରଗଡ : ପଦମପୁରବାସୀଙ୍କ ନିକଟରେ ଭୁଲ ତଥ୍ୟ ରଖୁଛି ବିଜେପି । କିଛି କିହିବା ପୂର୍ବରୁ ତଥ୍ୟର ଅନୁସନ୍ଧାନ କରୁନାହାଁନ୍ତି । ଅପରାଧ ଓ ଋଣ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କ ପ୍ରଶ୍ନ ଉପରେ ଜବାବ ରଖିଛନ୍ତି ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ । ଆଜି ନିର୍ବାଚନ ପ୍ରଚାର ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯେଉଁ ମିଥ୍ୟା ତିଥ୍ୟ ସବୁ ଲୋକଙ୍କ ସାମ୍ନାରେ ରଖିଥିଲେ ତାହାକୁ ନେଇ ସିଧାସଳଖ କେନ୍ଦ୍ରମନ୍ତ୍ରୀଙ୍କୁ ବିଜେଡି ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ଟାର୍ଗେଟ କରିବା ସହ ‘ଗୋଦରୀ ଲୋ ତୋ ଗୋଡକୁ ଅନା’ ଭଳି ଓଡିଆ ରୁଢିର ପ୍ରୟୋଗ କରିଛନ୍ତି।

ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଓଡ଼ିଶା ଋଣଭାରରେ ବୁଡ଼ିଗଲାଣି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ, ସେମାନେ ଜାଣିନାହଁନ୍ତି କି ବିକାଶ କାର୍ଯ୍ୟ ପାଇଁ ରାଜ୍ୟ ଓ ଦେଶମାନେ ଋଣ ଆଣିଥାନ୍ତି । ଭାରତ ସରକାରଙ୍କ ଋଣ ପରିମାଣ କେତେ ଓ ମୁଣ୍ଡ ପିଛା କେତେ ପଡ଼ିଲା, ସେ ପ୍ରଶ୍ନର ଉତ୍ତର ଦେଇ ପାରିବେ କି ମନ୍ତ୍ରୀମାନେ। ଋଣ ପରିଚାଳାନାରେ ଓଡ଼ିଶାର ପ୍ରଦର୍ଶନ ସବୁଠାରୁ ଭଲ ବୋଲି ଆରବିଆଇ କହିଛି। କେନ୍ଦ୍ରମନ୍ତ୍ରୀ ସବୁଜାଣିମଧ୍ୟ ଲୋକଙ୍କ ସାମ୍ନାରେ ସତ୍ୟକୁ ବିକୃତ କରି ଉପସ୍ଥାପନ କରୁଛନ୍ତି। ଯାହାକୁ ଦେଖିଲେ ‘କହି ଦେଉଥାଏ ପରକୁ, ବୁଦ୍ଧି ନଦିଶଇ ଘରକୁ’ ଭଳି ଲୋକକଥା ଭଳି ସମାନ ବୋଲି ପ୍ରସନ୍ନ କହିଛନ୍ତି।

ବିଜେଡି ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଯେ କେନ୍ଦ୍ରମନ୍ତ୍ରୀ କହିଥିଲେ ବିଜୁ ଜନତା ଦଳ ଓଡିଶାକୁ ଋଣ ଭାରରେ ବୁଡାଇ ଦେଲାଣି । ଓଡିଆ ଲୋକଙ୍କୁ ଋଣ ବୋଝରେ ବୁଡାଇ ଦେଲାଣି । ହେଲେ ଭାରତ ସରକାର ବିଭିନ୍ନ ଯୋଜନା ପାଇଁ କେତେ ଟଙ୍କା ଋଣ ଆଣିଛନ୍ତି । କେତେ ଟଙ୍କା ଏବେ ଲୋକଙ୍କ ମୁଣ୍ଡରେ ଋଣ ଅଛି ସେ କିନ୍ତୁ କେନ୍ଦ୍ରମନ୍ତ୍ରୀ କହୁନାହାଁନ୍ତି । ଖାଲି ସେତିକି ନୁହେଁ, ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁସାରେ ଋଣ ଫଣ୍ଡ ମାମଲାରେ ଓଡିଶା, ବିଜେପି ଶାସିତ ଅନ୍ୟ ରାଜ୍ୟଙ୍କ ଅପେକ୍ଷା ଭଲ ସ୍ଥିତିରେ ଅଛି ବୋଲି ପ୍ରସନ୍ନ କହିଛନ୍ତି ।

ଓଡ଼ିଶାରେ ନାରୀ ନିର୍ଯ୍ୟାତନା କଥା କହିବା ପୂର୍ବରୁ ବିଜେପି ଶାସିତ ରାଜ୍ୟ କଥା ଚିନ୍ତା କରନ୍ତୁ ବୋଲି ପ୍ରସନ୍ନ ପରାମର୍ଶ ଦେଇଛନ୍ତି। ଦେଶର ବିଜେପି ଶାସିତ ରାଜ୍ୟରେ ନାରୀ ନିର୍ଯ୍ୟାତନା ସୀମା ଟପୁଛି । ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଆସାମ ଓ ମହାରାଷ୍ଟ୍ର ଭଳି ବିଜେପି ଶାସିତ ରାଜ୍ୟରେ ଅପରାଧ ସଂଖ୍ୟା ଓଡିଶାଠାରୁ ଢେର ଗୁଣ ଅଧିକ । ହେଲେ କେନ୍ଦ୍ରମନ୍ତ୍ରୀ ଓଡିଶା ସରକାରଙ୍କୁ ଏ ବାବଦରେ ମିଛରେ ବଦନାମ କରୁଛନ୍ତି । ତେଣୁ ଏ କ୍ଷେତ୍ରରେ କହି ଦେଉଥାଏ ପରକୁ, ବୁଦ୍ଧି ନଦିଶଇ ଘରକୁ ଲୋକକଥାର ବ୍ୟବହାର କରିଥିଲେ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ।

ଏଥିସହିତ ପଢ଼ନ୍ତୁ

ଅନ୍ୟପଟେ ଚାଷୀଙ୍କୁ କେନ୍ଦ୍ର ସରକାର ଟଙ୍କା ଦେଉଥିବାବେଳେ, ରାଜ୍ୟ ସରକାର ଚାଷୀଙ୍କ କଥା ବୁଝୁନାହାଁନ୍ତି ବୋଲି ବିଜେପି ଦାବି କରୁଛି । ହେଲେ ଏବେ ବି ଭାରତ ସରକାରଙ୍କ ଉପରେ ଓଡିଶା ସରକାରଙ୍କ ୯ ହଜାର କୋଟି ଟଙ୍କା ବକେୟା ରହିଛି । ଯାହାକୁ ଓଡିଶା ସରକାରକୁ କେନ୍ଦ୍ର ସରକାର ଦେଇନାହାଁନ୍ତି । ସେହିପରି ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ମଧ୍ୟ କେନ୍ଦ୍ରମନ୍ତ୍ରୀ ମିଛ କହିଛନ୍ତି, ଖୋଦ୍ କେନ୍ଦ୍ର କୃଷିମନ୍ତ୍ରୀ ସଂସଦରେ ଏନେଇ ଉତ୍ତର ରଖି, ଓଡିଶାରେ ୨୦୧୭ ପରେ କୌଣସି ଚାଷୀ ଆତ୍ମହତ୍ୟା କରିନଥିଲେ ବୋଲି କହିଥିଲେ । ତେଣୁ କେନ୍ଦ୍ରମନ୍ତ୍ରୀ ମିଛ ଓ ଭୁଲ ତଥ୍ୟ ଲୋକଙ୍କ ସାମ୍ନାରେ ନରଖନ୍ତୁ ବୋଲି କହିଛି ବିଜେଡି ।

ସତ୍ୟକୁ ମିଥ୍ୟା ରୂପରେ ଦର୍ଶାଇ ଲୋକଙ୍କ ଆଗରେ ରଖାଯାଉଛି । ପଦମପୁରବାସୀଙ୍କୁ ଭକୁଆ ବନାଇବାକୁ ବିଜେପି ଯେଉଁ ଉଦ୍ୟମ କରୁଛି ତାହା ସଫଳ ହେବନି ବୋଲି ପ୍ରସନ୍ନ କହିଛନ୍ତି । ହୀରା ଉପରେ ଟିକସ ହ୍ରାସ ହେଲେ ମୁଡ଼ି ଓ ଚୂଡ଼ା ଉପରେ ଟିକସ ବୃଦ୍ଧି । ଗରିବର କେନ୍ଦୁପତ୍ର ଉପରେ ୧୮ ପ୍ରତିଶତ ଜିଏସଟି ଲାଗୁ କରିଛନ୍ତି କେନ୍ଦ୍ର ସରକାର । ସେହିପରି ବରଗଡ଼, ନୂଆପଡ଼ା ରେଳ ପ୍ରକଳ୍ପ ପାଇଁ ବଜେଟରେ କେତେ ଟଙ୍କା ମଞ୍ଜୁରୀ ହୋଇଛି ବୋଲି ପ୍ରଶ୍ନ କରିଛନ୍ତି ପ୍ରସନ୍ନ ।

Leave A Reply

Your email address will not be published.