ପଡିଆରେ ଲ୍ୟାଣ୍ଡ କରିବାକୁ ଉଦ୍ୟମ କରୁଥିଲା, ପିଲା ଖେଳୁଥିବା ଦେଖି ପୁଣି ଫେରିଗଲା ହେଲିକପ୍ଟର
ପାରଳାଖେମୁଣ୍ଡି : ପଡିଆରେ ସବୁ ଦିନ ପରି ପିଲା ଖେଳୁଥିଲେ । ହଠାତ ଆକାଶରେ ଚକର କାଟି ଆସିଲା ଏକ ହେଲିକପ୍ଟର। ପିଲାମାନେ ହେଲିକପ୍ଟରଟିକୁ ଅନାଇ ରହିଥିବା ବେଳେ ସେହି ପଡିଆରେ ଲ୍ୟାଣ୍ଡିଂ ପାଇଁ ତଳକୁ ତଳକୁ ଆସିଲା ହେଲିକପ୍ଟର। କିନ୍ତୁ ପିଲାମାନେ ଖେଳୁଥିବା କାରଣରୁ ପୁଣିଥରେ ଆକାଶରେ ଉଡି ଚାଲିଗଲା। ପୁଣି କିଛି ସମୟ ମଧ୍ୟରେ ସେହି ଅଞ୍ଚଳର ଆଉ ଏକ ପଡିଆରେ ଲ୍ୟାଣ୍ଡି ପାଇଁ ଆସିଲା ପ୍ରଥମ ଥର ପରି ଦ୍ବିତୀୟ ଥର ମଧ୍ୟ ଲ୍ୟାଣ୍ଡିଂ ନକରି ଚାଲିଗଲା। ଏପରି ସ୍ଥିତିରେ ସ୍ଥାନୀୟ ଲୋକ ଅଜଣା ହେଲିକପ୍ଟରର ସନ୍ଦେହଜନକ ଉଡାଣ ଦେଖି ଭୟଭୀତ ହୋଇଯାଇଛନ୍ତି। ହେଲିକପ୍ଟରଟି କଣ ପାଇଁ ଦୁଇ ଥର ଲ୍ୟାଣ୍ଡିଂ କରିବାକୁ ଆସି ପୁଣି ଫେରିଗଲା ତାହା ଲୋକଙ୍କ ମଧ୍ୟରେ ଆଲୋଚନା ହେଉଛି।
ସୂଚନା ଅନୁସାରେ ଆଜି ଗଜପତି ପାରଳାଖେମୁଣ୍ଡି ଷ୍ଟାଡିୟମରେ ସବୁ ଦିନ ପରି ପିଲା ଖେଳୁଥିଲେ । ସେହି ସମୟରେ ହଠାତ ଲ୍ୟାଣ୍ଡିଂ ପାଇଁ ଏକ ହେଲିପକ୍ଟର ତଳକୁ ତଳକୁ ଆସିଥିଲା। ହେଲିକପ୍ଟର ଲ୍ୟାଣ୍ଡିଂ ପାଇଁ ଉଦ୍ୟମ କରିବାରୁ ସେଠାରେ ଖେଳୁଥିବା ପିଲାମାନେ ଭୟଭୀତ ହୋଇ ଯିଏ ଯେଉଁଆଡେ ଦୌଡି ପଳାଇଥିଲେ।ପଡ଼ିଆରେ ପିଲାଙ୍କ ଭିଡ଼ ଦେଖି ଅବତରଣ ନକରି ପୁଣି ଫେରିଯାଇଛି ହେଲିକପ୍ଟଟ । ସୂଚନା ଅନୁଯାୟୀ ଦୁଇ ଥର ଲ୍ୟାଣ୍ଡ ପାଇଁ ଉଦ୍ୟମ କରିଥିଲା ହେଲିକପ୍ଟର । ହେଲେ ସଫଳ ହୋଇନଥିଲା। ଭିଡଦେଖି ଫେରିଯାଇଥିଲା ।
ଅପରାହ୍ନରେ ସମୟ ପ୍ରାୟ ୪ଟା ୩୦ ସମୟରେ ହେଲିକପ୍ଟରଟି ପ୍ରଥମେ କଲେଜ ପଡ଼ିଆ ଉପରେ ଚକର ମାରିଥିଲା। ପରବର୍ତ୍ତୀ ସମୟରେ ଗଜପତି ଷ୍ଟାଡିୟମକୁ ଆସି ପ୍ରଥମେ ଲ୍ୟାଣ୍ଡ କରିବାକୁ ଚେଷ୍ଟା କରିଥିଲା କିନ୍ତୁ ପଡ଼ିଆରେ ପିଲାଙ୍କ ଭିଡ଼ ଦେଖି ଫେରିଥଲା । କିଛି ସମୟ ପରେ ପୁଣି ଷ୍ଡାଡିଅମ ଉପରକୁ ଆସି ଭୂମି ଠାରୁ ମାତ୍ର କିଛି ଫୁଟ ତଳକୁ ଆସିଥିଲା । ତେବେ ଏହି ଘଟଣା ନେଇ ସ୍ଥାନୀୟ ପୁଲିସ ନିକଟରେ କୌଣସି ସୂଚନା ନଥିବା କୁହାଯାଇଛି । ଏହି ହେଲିକପ୍ଟରଟି ଭାରତୀୟ ବାୟୁସେନାର ବୋଲି ଅନୁମାନ କରାଯାଉଛି ।