ସମ୍ବଲପୁର ଦଳେଇପଡା ଘାଟରେ ଅଭାବନୀୟ ଘଟଣା, ଗାଧୋଇବା ବେଳେ ଭାସିଗଲେ ପୂରା ପରିବାର

ସମ୍ୱଲପୁର: ସମ୍ବଲପୁର ମହାନଦୀରେ ଅଭାବନୀୟ ଘଟଣା । ଦଳେଇପଡ଼ା ଘାଟରେ ଗାଧୋଉଥିବା ବେଳେ ଭାସିଗଲେ ବାପା, ପୁଅ ଓ ଝିଅ । ତେବେ ଖୋଜାଖୋଜି ପରେ ଅଗ୍ନିଶମ ବାହିନୀ ପୁଅ (୧୫ ବର୍ଷ)କୁ ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଛି । ବାପା ଓ ଝିଅଙ୍କ ଉଦ୍ଧାର ପାଇଁ ଏବେ ବି ଉଦ୍ୟମ ଜାରି ରହିଛି । ମାତ୍ର ଏ ପର୍ଯ୍ୟନ୍ତ ସେମାନଙ୍କ ପତ୍ତା ମିଳିନାହିଁ । ସଂଧ୍ୟା ହୋଇଯିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି ।

ତେବେ ମହାନଦୀରେ ଗାଧୋଉଥିବା ୩ ଜଣଙ୍କ ନାମ ହେଉଛି  ବାପାଙ୍କ ନାମ ମହମ୍ମଦ ଅଲତାଫ (୪୦) ବର୍ଷ ଓ ଝିଅର ନାମ ରୁକସାନା ପରବିନ (୧୨ ବର୍ଷ) ବୋଲି ଜଣାପଡ଼ିଛି । ଉଦ୍ଧାର ହୋଇଥିବା ପୁଅର ନାମ ମହମ୍ମଦ ଅଫତାବ (୧୫ ବର୍ଷ) ବୋଲି ଜଣାପଡ଼ିଛି ।

 

Leave a comment