ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କୋଭିଡ କଟକଣା ଭିତରେ ଅନୁଷ୍ଠିତ ହେବ ପ୍ରଭୁ ଲିଙ୍ଗରାଜଙ୍କ ବାହାଘର

ଭୁବନେଶ୍ୱର: କୋଭିଡ କଟକଣା ଭିତରେ ଅନୁଷ୍ଠିତ ହେବ ପ୍ରଭୁ ଲିଙ୍ଗରାଜଙ୍କ ବିବାହ କାର୍ଯ୍ୟ । ବିନା ଭକ୍ତ ଏବଂ ରୋଷଣୀରେ ହେବ ଶୀତଳଷଷ୍ଠୀ ପର୍ବ। ୭ଜଣ ସେବାୟତଙ୍କୁ ନେଇ ମନ୍ଦିର ପରିସରରେ ହେବ ଦେବ ବିବାହ। ପଟୁଆର, ଭୋଜିଭାତ ଓ ଆତସବାଜିକୁ ସମ୍ପୂର୍ଣ୍ଣ ମନା କରାଯାଇଛି। ଏଥିପାଇଁ ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟକୁ ବିଏମସି ପକ୍ଷରୁ ଦିଆଯାଇଛି ସର୍ତ୍ତମୂଳକ ଅନୁମତି। ୭ଜଣ ସେବାୟତଙ୍କ ଦ୍ୱାରା କେଦାରଗୌରୀ ମନ୍ଦିର ପରିସରରେ ହେବ ଦେବ ବିବାହ। ଏଥିରେ ସାମିଲ ହେବାକୁ ଥିବା ସେବାୟତ ଓ ପାଳିଆ ସେବାୟତଙ୍କର ଆଗୁଆ କରାଯିବ କୋଭିଡ ଟେଷ୍ଟ।

ପରମ୍ପରା କ୍ରମେ ଲିଙ୍ଗରାଜଙ୍କ ଶୋଭାଯାତ୍ରା ମନ୍ଦିରରୁ ବାହାରି କେଦାରଗୌରୀ ମନ୍ଦିରକୁ ଯିବ। ଚଳିତ ବର୍ଷ ରଜ ସଂକ୍ରାନ୍ତି ଅର୍ଥାତ ୧୫ତାରିଖ ରାତି ୧୧ଟା ରେ ଲିଙ୍ଗରାଜଙ୍କ ପାଲିଙ୍କି ଓ ବିମାନ ବାହାରି କେଦାରଗୌରୀ ମନ୍ଦିରରେ ୧୧ଟା ୪୫ସୁଦ୍ଧା ପହଁଚିବ। ୭ଜଣ ସେବାୟତଙ୍କ ଦ୍ୱାରା ବିବାହ କାର୍ଯ୍ୟ ସମ୍ପନ୍ନ ହେବ। ତା ପରଦିନ ଅର୍ଥାତ ୧୬ତାରିଖ ରାତି ସାଢ଼େ ୧୦ଟା ସମୟରେ ପଟୁଆର ବାହାରି ୧୧ଟା୪୫ସୁଦ୍ଧା ଲିଙ୍ଗରାଜ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବ ଦେବା ଦେବୀ। ପରମ୍ପରା ଅନୁଯାୟୀ ଦେବ ବିବାହ କାର୍ଯ୍ୟରେ ବାସୁଦେବ ଓ କପିଳନାଥ ଦେବ ଉପସ୍ଥିତ ରହିବା କଥା। ତେବେ ଗତ କିଛି ବର୍ଷ ଧରି କୌଣସି କାରଣରୁ କପିଳନାଥ ଅନୁପସ୍ଥିତ ରହିବାରୁ ପରମ୍ପରା ଭଙ୍ଗ ହେଉଛି।

Leave A Reply

Your email address will not be published.