ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

‘ବଡ଼େ ମିୟାଁ ଛୋଟେ ମିଆଁ’ ରିଲିଜ୍‌କୁ ନେଇ ଅନିଶ୍ଚିତତା

ବଲିଉଡ୍‌ର ଖ଄ଲାଡ଼ି ତାରକା ଅକ୍ଷୟ କୁମାର ଓ ଟାଇଗର୍‌ ସ୍ରଫ୍‌ ତାଙ୍କର ଆଗାମୀ ଫିଲ୍ମ ‘ବଡ଼େ ମିୟାଁ ଛୋଟେ ମିଆଁ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଉଭୟ ଟାଇଗର୍‌ ଓ ଅକ୍ଷୟ ଏହି ଫିଲ୍ମରେ ଏକାଠି ନଜର ଆସିବାର ଥ଄ଲା। କିନ୍ତୁ ଫିଲ୍ମ ସମ୍ପର୍କିତ ଏକ ନୂଆ ଖବର ସାମ୍ନାକୁ ଆସିଛି। ଏବେ ଏହି ଫିଲ୍ମଟି ରିଲିଜ୍‌ ନ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ଫିଲ୍ମର ରିଲିଜ୍‌ ଡେଟ୍‌କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଘୁଞ୍ଚାଇ ଦେବାର ମୁଖ୍ୟ କାରଣଟି ହେଉଛି ଅକ୍ଷୟଙ୍କ ଅଭିନୀତ ‘ସମ୍ରାଟ୍‌ ପୃଥ୍ବୀରାଜ’ ଓ ଟାଇଗର୍‌ଙ୍କ ଅଭିନୀତ ‘ ହିରୋପନ୍ଥୀ-୨’ ବକ୍ସ ଅଫିସ୍‌ରେ ଫ୍ଲପ୍‌ ହେବା। ‘ବଡ଼େ ମିୟାଁ ଛୋଟେ ମିଆଁ’ ଫିଲ୍ମର ବଜେଟ୍‌ ପାଖାପାଖ଄ ୩୦୦ କୋଟି ଥ଄ଲା। ତେଣୁ ଏହାର ପ୍ରଯୋଜକ ଭାବୁଛନ୍ତି ‘ସମ୍ରାଟ୍‌ ପୃଥ୍ବୀରାଜ୍’, ‘ହିରୋପନ୍ଥୀ-୨’ର ପ୍ରଯୋଜକଙ୍କ ଭଳି ତାଙ୍କ ଅବସ୍ଥା ନ ହେଉ।

ଏହାବାଦ୍‌ ଏହି ଦୁଇ ଅଭିନେତାଙ୍କ ଉପରେ ପ୍ରଯୋଜକଙ୍କ ଭରସା ମଧ୍ୟ ପାଉନାହିଁ। ଅଲ୍ଲୀ ଆବାସ୍‌ ଜାଫର୍‌ ଏହାର ନିର୍ଦ୍ଦେଶକ ଥ଄ଲେ। ଫିଲ୍ମର ରିଲିଜ୍‌ ଡେଟ୍‌କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଘୁଞ୍ଚାଇ ଦିଅଯିବା ଫଳରେ ପ୍ରଶଂସକଙ୍କ ସହ ଏହାର ପ୍ରଯୋଜକ ମଧ୍ୟ ଦ୍ବିବିଧାରେ ପଡ଼ିଯାଇଛନ୍ତି। କାରଣ ଏହି ଫିଲ୍ମର ଟିଜର୍‌ ରିଲିଜ୍‌ କରି ଦିଆଯାଇଛି। ୨୦୨୩ରେ ଅକ୍ଷୟ ଓ ଟାଇଗର୍‌ଙ୍କୁ ଦେଖ଄ବା ପାଇଁ ପ୍ରଶଂସକମାନେ ଅପେକ୍ଷା କରିଥ଄ଲେ। କିନ୍ତୁ ଏବେ ଏସବୁ କଥା ଆଉ ପୂରଣ ହେବା ଭଳି ଲାଗୁ ନାହିଁ। ଏଠାରେ ପ୍ରକାଶ ଥାଉ କି,‘ବଡ଼େ ମିଆଁ ଛୋଟେ ମିଆଁ’ ୧୯୯୮ରେ ଅମିତାଭ ବଚ୍ଚନ ଓ ଗୋବିନ୍ଦାଙ୍କ ଅଭିନୀତ ସୁପର୍‌ହିଟ୍‌ ଫିଲ୍ମ ‘ବଡେ ମିଆଁ ଛୋଟେ ମିଆଁ’ର ରିମେକ୍।

Leave A Reply

Your email address will not be published.