ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଭ୍ୟନ୍ତରୀଣ ଓଡିଶାରେ ଅସହ୍ୟ ଶୀତ, ୧୩ ଡିଗ୍ରୀ ତଳେ ୧୨ ସହରର ତାପମାତ୍ରା

ଭୁବନେଶ୍ବର : ପ୍ରବଳ ଜାଡରେ ଥରୁଛି ଓଡିଶା। ଆଭ୍ୟନ୍ତରୀଣ ଓଡିଶାରେ ଅସହ୍ୟ ଶୀତ ଅନୁଭୁତ ହେବା ସହ ୧୨ ସହରର ତାପମାତ୍ରା ୧୩ ଡିଗ୍ରୀ ତଳେ ରହିଛି। ଓଡ଼ିଶାକୁ ଶୁଷ୍କ ଥଣ୍ଡା ବାୟୁ ପ୍ରବାହ ପାଇଁ ପାରଦ ତଳ ମୁହାଁ ହୋଇଛି। ପାରଦ ତଳମୁହାଁ ହେବା ଯୋଗୁଁ ରାଜ୍ୟର କିଛି ସ୍ଥାନରେ ରାତି ତାପମାତ୍ରା ୩ରୁ ୪ ଡିଗ୍ରୀ ଖସିଛି । ଲଗାତାର ଭାବେ ତାପମାତ୍ରା ହ୍ରାସ ହେବା କାରଣରୁ ଥଣ୍ଡା ଅନୁଭୂତ ହେଉଛି । ମୁଖ୍ୟତଃ ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତର ପ୍ରକୋ ଅଧିକ ହେଉଥିବା ବେଳେ କନ୍ଧମାଳ ଜିଲ୍ଲାରେ ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିଛି । ପାଣିାପାଗ କେନ୍ଦ୍ରର ସୂଚନା ଅନୁାୟୀ ରାଜ୍ୟର ତାପମାତ୍ରା ହ୍ରାସ ଯୋଗୁଁ ଅନେକ ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ ୨-୩ ଡିଗ୍ରୀ ଯାଏଁ କମ ରହିବାର ସମ୍ଭାବନା ରହିଛି । ଫଳରେ ଏହି ସବୁ ସ୍ଥାନରେ ଅଧିକ ମାତ୍ରାରେ ଶୀତ ଅନୁଭୂତ ହେବ ବୋଲି କେନ୍ଦ୍ର କହିଛି ।

ତେବେ ରାଜ୍ୟର ୧୨ ସହରର ତାପମାତ୍ରା ୧୩ ଡିଗ୍ରୀ ତଳେ ରହିଛି। ଜି. ଉଦୟଗିରି (କନ୍ଧମାଳ) ୮ ଡ଼ିଗ୍ରୀ,ସେମିଳିଗୁଡା(କୋରାପୁଟ)  ୮ ଡ଼ିଗ୍ରୀ, କିରେଇ(ସୁନ୍ଦରଗଡ) ୯.୫ଡ଼ିଗ୍ରୀ, ଫୁଲବାଣୀ (କନ୍ଧମାଳ)  ୯.୬ ଡ଼ିଗ୍ରୀ,ଦାରିଙ୍ଗବାଡି (କନ୍ଧମାଳ) ୧୦ଡ଼ିଗ୍ରୀ, କୋରାପୁଟ ୧୦ ଡ଼ିଗ୍ରୀ, କେନ୍ଦୁଝର ୧୦ ଡ଼ିଗ୍ରୀ, ଭବାନୀପାଟଣା (କଳାହାଣ୍ଡି) ୧୦.୬ ଡ଼ିଗ୍ରୀ, ଝାରସୁଗୁଡା ୧୦.୮ ଡ଼ିଗ୍ରୀ, ଚିପିଲିମା (ସମ୍ବଲପୁର) ୧୦.୮ ଡ଼ିଗ୍ରୀ, ସୁନ୍ଦରଗଡ  ୧୨.୫ ଡ଼ିଗ୍ରୀ, ଦେବଗଡ ୧୨.୫ ଡ଼ିଗ୍ରୀ ରହିଛି।

ଅନ୍ୟପଟେ ଘନ କୁହୁଡିର ଚାଦର ତଳେ ସାରା କନ୍ଧମାଳ ରହୁଛି । କୁହୁଡି ଯୋଗୁ ମୁହଁକୁ ମୁହଁ ଦେଖାଯାଉନି । ଫଳରେ ସକାଳ ୯ଟା ପୂର୍ବରୁ ଘରୁ ପଦାକୁ ବାହାରି ପାରୁନାହାନ୍ତି ଲୋକେ। ସେପଟେ ସଞ୍ଜ ନଇଁବା କ୍ଷଣି ଏବେ ପୁଣି ଦୁଇ ଦିନ ହେଲା ଥଣ୍ଡା ମାଡି ଆସୁଛି। ଫଳରେ ରାସ୍ତାଘାଟ ମଧ୍ୟ ଜନଶୁନ୍ୟ ହୋଇ ପଡୁଛି ତା ସାଙ୍ଗକୁ ଦୋକାନ ବଜାର ବି ଖାଁ ଖାଁ ଲାଗୁଛି ।

ଥଣ୍ଡା ବଢିବା ଫଳରେ ଏବେ ଗରମ ପୋଷାକର ମଧ୍ୟ ଚାହିଦା ବଢିବାରେ ଲାଗିଛି । ଫଳରେ ଗାଁରୁ ସହର ଯାଏ ଗରମ ପୋଷାକର ପସରା ମେଲିଥିବା ଦେଖାଯାଉଛି। ଲୋକେ ମଧ୍ୟ ଗରମ ପୋଷାକ କିଣାକିଣି କରୁଥିବା ଦେଖିବାକୁ ମିଳୁଛି । ସେହିପରି ଜ଼ିଲ୍ଲାର ବାଲିଗୁଡାରେ ବି ଥଣ୍ଡାର ପ୍ରକୋପ ବଢ଼ିବାରେ ଲାଗିଛି । ଥଣ୍ଡା ସାଙ୍ଗକୁ ଘନ କୁହୁଡି ଅସ୍ତବ୍ୟସ୍ତ କରିପକାଇଛି ଜନ ଜୀବନ । ତେବେ ଏବେ ପର୍ୟ୍ୟଟନ ଋତୁ ହୋଇଥିବାରୁ କନ୍ଧମାଳ ଜିଲାର ପ୍ରାକୃତିକ ମନୋରମ ପରିବେଶକୁ ମନଭରି ଉପଭୋଗ କରିବା ଲାଗି ଛୁଟି ଆସୁଛନ୍ତି ପର୍ଯ୍ୟଟକ। ଜିଲ୍ଲାରେ ଥିବା ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଗୁଡିକରେ ବଣଭୋଜିର ଆସର ସାଙ୍ଗକୁ ରାଜ୍ୟ ଓ ରାଜ୍ୟ ବାହାରର ପର୍ଯ୍ୟଟକ ମାନଙ୍କ ଆସ୍ତେ ଆସ୍ତେ ଭିଡ଼ ମଧ୍ୟ ଜମିଲାଣି।

Leave A Reply

Your email address will not be published.