ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିପର୍ଯ୍ୟୟ ପରିଚାଳନା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କଲା ଜାତିସଂଘ

ନୂଆଦିଲ୍ଲୀ: ସାରା ବିଶ୍ୱରେ ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ଓ ମୁକାବିଲା ରଣନୀତିର ଚର୍ଚ୍ଚା ଚାଲିଥିବା ବେଳେ  ପୁଣି ଥରେ ଓଡ଼ିଶାକୁ ତାରିଫ କରିଛି ଜାତିସଂଘ । ପ୍ରାକୃତିକ ବିପରର୍ଯ୍ୟୟ ସମୟରେ ଦୃଢ ପଦକ୍ଷେପ ନେଇଥାନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସବୁବେଳେ ଫୋକସରେ ଥାଏ ଜିରୋ-କାଜୁଆଲଟି। ବିପର୍ଯ୍ୟୟ ହେଉ କିମ୍ବା ମହାମାରୀ ପରିଚାଳନରେ ସବୁ ବେଳେ ବିପଦ ଆସିବା ଆଗରୁ ପଦକ୍ଷେପ ନେଇ ଜୀବନ ବଞ୍ଚାଇଥାନ୍ତି ମୁଖ୍ୟମନ୍ତ୍ରୀ। ପ୍ରାକୃତିକ ବିପର୍ୟ୍ୟୟ ସମୟରେ ଦୃଢ ପଦକ୍ଷେପ ନେଇ ଲକ୍ଷାଧିକ ଜୀବନ ବଞ୍ଚାଇ ଥିବାରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଛନ୍ତି ଡିଜାଷ୍ଟର ରିସ୍କ ରିଡକସନ୍‌ ବା  UNDRR ମୁଖ୍ୟ ମାମି ମିଜୁତୋରି ।

ଜାତିସଂଘ ମୁଖ୍ୟ ମାମି ମିଜୁଟୋରି କହିଛନ୍ତିଯେ, ବିପର୍ଯ୍ୟୟ ସମୟରେ ବିପଦକୁ ସାମ୍ନା କରିବା ପାଇଁ କିଭଳି ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ସହିତ ପୂର୍ବ ପ୍ରସ୍ତୁତିକୁ ଅଧିକ ଗୁରୁତ୍ୱ ଦିଆଯିବ ସେହି କ୍ଷେତ୍ରରେ ଓଡ଼ିଶା ଏକ ଉଦାହରଣ ସୃଷ୍ଟି କରିଛି ।  କେବଳ ସେତିକି ନୁହେଁ ବରଂ ମୁଖ୍ୟମନ୍ତ୍ରୀ ବିପର୍ଯ୍ୟୟ ପରିଚାଳନା ପାଇଁ ଆବଶ୍ୟକୀୟ ରାଜନୈତିକ ପ୍ରତିବଦ୍ଧତା ପ୍ରଦାନ କରିଛନ୍ତି ବୋଲି କହିଛନ୍ତି ମାମି ମିଜୁଟୋରି । ୧୯୯୯ରେ ଓଡ଼ିଶାରେ ୯ ହଜାର ଲୋକଙ୍କ ଜୀବନ ଯାଇଥିଲା । କିନ୍ତୁ ସେହି ପରିସ୍ଥିତି ରାଜ୍ୟରେ ପୁନର୍ବାର ସୃଷ୍ଟି ହୋଇନାହିଁ ।

 

 

Leave A Reply

Your email address will not be published.