ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କ୍ରିକେଟ ଖେଳରୁ ତୁମୂଳକାଣ୍ଡ: ଭୁଲ ନିଷ୍ପତ୍ତିକୁ ନେଇ ଅମ୍ପାୟାରଙ୍କୁ ହତ୍ୟା ଅଭିଯୋଗ

ଚୌଦ୍ୱାର: କଟକ ଜିଲ୍ଲା ଚୌଦ୍ୱାର ଥାନା ମହିଷାଲଣ୍ଡା ପଞ୍ଚାୟତରେ କ୍ରିକେଟ ଖେଳକୁ ନେଇ ଘଟିଛି ତୁମୂଳକାଣ୍ଡ। ଖେଳ ଚାଲୁଥିବା ସମୟରେ ଅମ୍ପାୟାର ଭୁଲ ନିଷ୍ପତ୍ତି ଦେଇଥିବାକୁ ନେଇ ହତ୍ୟା କାଣ୍ଡ ଘଟିଛି।  ବ୍ୟାଟ ଓ ଛୁରୀ ମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଆକ୍ରମଣ କରିଥିବା ଯୁବକଙ୍କୁ ଧରି ଅଟକ ରଖିଛନ୍ତି ଗ୍ରାମବାସୀ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଖବର ଅନୁଯାୟୀ, ରବିବାର ଦିନ ମହିଷାଲଣ୍ଡା ପଞ୍ଚାୟତରେ ଗାଁର କିଛି ଯୁବକମାନେ କ୍ରିକେଟ୍‌ ଖେଳ ଚାଲିଥିଲା ।  ଭୁଲ ନିଷ୍ପତ୍ତି ଅଭିଯୋଗରେ ଉତ୍‌କ୍ଷିପ୍ତ ଦୁଇ ଯୁବକ ଅମ୍ପାୟାରଙ୍କ ଉପରେ ଆକ୍ରମଣ କରିଥିଲେ । ବ୍ୟାଟ ଓ ଛୁରୀ ଜଣେ ଯୁବକଙ୍କୁ ଆକ୍ରମଣ କରିଥିଲେ । ଲକି ରାଉତଙ୍କ ଛାତି ଓ ପେଟରେ ଗଭୀର ଆଘାତ ଲାଗିଥିଲା । ଯାହାଫଳରେ ଲକି ରାଉତ ଗୁରୁତର ହୋଇପଡିଥିଲା । ତୁରନ୍ତ ତାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି କଟକ ବଡ଼ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଲକି ରାଉତଙ୍କ ମୃତ୍ୟୁ ଘଟିଥିବା ଡାକ୍ତର ସୂଚନା ଦେଇଛନ୍ତି ।

Leave A Reply

Your email address will not be published.