ଅଲ୍ଟିମେଟ୍ ଖୋ ଖୋ : ତେଲଗୁ ଯୋଦ୍ଧାସ୍କୁ ହରାଇ ଓଡ଼ିଶା ଜଗରନଟ୍ସ ଚାମ୍ପିଅନ୍

ପୁନେ : ଅଲ୍ଟିମେଟ୍ ଖୋ ଖୋ ଲିଗ୍ର ପ୍ରଥମ ସଂସ୍କରଣ ଫାଇନାଲରେ ଦମ୍ ଦେଖାଇଛି ଓଡ଼ିଶା ଜଗରନଟ୍ସ। ଆଜି ଖେଳାଯାଉଥିବା ଗ୍ରାଣ୍ଡ ଫାଇନାଲରେ ଓଡ଼ିଶା ଜଗରନଟ୍ସ ତେଲଗୁ ଯୋଦ୍ଧାସକୁ ୪୬-୪୫ ପଏଣ୍ଟରେ ହରାଇ ଅଲ୍ଟିମେଟ୍ ଖୋ ଖୋ ଲିଗ୍ର ପ୍ରଥମ ସଂସ୍କରଣରେ ଚାମ୍ପିଅନ୍ ହୋଇଛି।
𝘼𝘿𝘽𝙃𝙐𝙏 🤩
Taaliyan bajti rehni chahie #UltimateKhoKho Season 1⃣ ke CHAMPION @od_juggernauts ke liye 👏#OJvTY #UltimateFinal #IndiaMaarChalaang #AbKhoHoga #KhoKho @sports_odisha pic.twitter.com/cDVGqeZPjk
— Ultimate Kho Kho (@ultimatekhokho) September 4, 2022
ମହାରାଷ୍ଟ୍ର ପୁନେ’ର ଶ୍ରୀଶିବଛତ୍ରପତି ସ୍ପୋର୍ଟସ କଂପ୍ଲେକ୍ସରେ ଚାଲିଥିବା ଅଲଟିମେଟ୍ ଖୋ ଖୋ ଲିଗ୍ର ଫାଇନାଲ ମୁକାବିଲାରେ ଓଡ଼ିଶା ଜଗରନଟ୍ସ ଓ ତେଲଗୁ ଯୋଦ୍ଧାସ ମଧ୍ୟରେ କଡା ମୁକାବିଲା ଦେଖିବାକୁ ମିଳିଥିଲା। ଉଭୟ ଦଳ ଲିଗ୍ ପର୍ଯ୍ୟାୟରେ ଭଲ ପଦର୍ଶନ କରି ଫାଇନାଲ ପର୍ଯ୍ୟନ୍ତ ପହଞ୍ଚି ଥିବା ବେଳେ ଆଜିର ମ୍ୟାଚ୍ରେ କଡା ମୁକାବିଲା ହୋଇଥିଲା। ଓଡ଼ିଶା ଜଗରନଟ୍ସ ମାତ୍ର ୧ ପଏଣ୍ଟରେ ତେଲଗୁ ଯୋଦ୍ଧାସକୁ ହରାଇ ଅଲ୍ଟିମେଟ୍ ଖୋ ଖୋ ଲିଗ୍ର ପ୍ରଥମ ସଂସ୍କରଣର ଚାମ୍ପିଅନ୍ ଆଖ୍ୟା ଅର୍ଜନ କରିଛି। ଫାଇନାଲରେ ଓଡିଶାକୁ ୪୬ ପଏଣ୍ଟ ମିଳିଥିବା ବେଳେ ତେଲଗୁ ଯୋଦ୍ଧାକୁ ୪୫ ପଏଣ୍ଟ ମିଳିଥିଲା।
🏆 𝐎𝐃𝐈𝐒𝐇𝐀 𝐉𝐔𝐆𝐆𝐄𝐑𝐍𝐀𝐔𝐓𝐒 🏆
We have the first CHAMPIONS of #UltimateKhoKho 🤩👏#OJvTY #UltimateFinal #IndiaMaarChalaang #AbKhoHoga #KhoKho pic.twitter.com/4fxiCPHr8V
— Ultimate Kho Kho (@ultimatekhokho) September 4, 2022