ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଅଲଟିମେଟ ଖୋ ଖୋ ଲିଗ୍: ତେଲଗୁ ଯୋଦ୍ଧା ଠାରୁ ୬୫-୩୬ ପଏଣ୍ଟରେ ହାରିଲେ ଓଡ଼ିଶା ଜଗରନଟ୍ସ

ପୁଣେ: ମହାରାଷ୍ଟ୍ରରେ ଚାଲିଥିବା ଅଲଟିମେଟ ଖୋ ଖୋ ଲିଗରେ ତେଲଗୁ ଯୋଦ୍ଧା ଠାରୁ ୬୫-୩୬ ପଏଣ୍ଟରେ ପରାସ୍ତ ହେଲା ଓଡ଼ିଶା ଜଗରନଟ୍ସ। ପରାସ୍ତ ସ୍ୱତେ ବି ଓଡିଶା ପଏଣ୍ଟ ଟେବୁଲରେ ଦ୍ୱୀତୀୟ ସ୍ଥାନରେ ରହିଛି। ଏଥିସହ ପ୍ରଥମ କ୍ୱାଲିଫାଏର ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି । ଲିଗ ପର୍ଯ୍ୟାୟ ଶେଷ ପରେ ଓଡ଼ିଶା ଜଗରନଟ୍ସ ପଏଣ୍ଟ ଟେବୁଲ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଗୁଜରାଟ ପ୍ରଥମ, ଓଡ଼ିଶା ଦ୍ଵିତୀୟ, ତେଲଗୁ ଯୋଦ୍ଧା ତୃତୀୟ ଓ ଚେନ୍ନାଇ ଚତୁର୍ଥ ସ୍ଥାନରେ ରହିଛି ।

ଓଡ଼ିଶା ଜଗରନଟ୍ସର ଲିଗରେ ୧୦ଟି ମ୍ୟାଚରୁ ୭ ବିଜୟ ସହ ୨୧ ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛି। । ସେପ୍ଟେମ୍ବର ୨ରେ ପ୍ଲେ ଅଫ ଆରମ୍ଭ ହେବ । ପ୍ରଥମ ପ୍ଲେ ଅଫରେ ଗୁଜୁରାଟ ଜାଏଂଟସକୁ ଭେଟିବ ଓଡ଼ିଶା। ଯେଉଁ ଟିମ ଜିତିବ ସିଧା ଫାଇନଲ ଖେଳିବ ଓ ହାରିବା ଟିମ ଏଲିମିନେଟର ମ୍ୟାଚ ଖେଳିବ । ସେପ୍ଟେମ୍ବର ୪ ତାରିଖରେ ଗ୍ରାଣ୍ଡ ଫିନାଲେ ଅନୁଷ୍ଠିତ ହେବ ।

ସେପଟେ ଗତକାଲିର ମ୍ୟାଚ ହାରିବା ନେଇ ଓଡ଼ିଶା କୋଚ କହିଛନ୍ତି ଯେ ଆମେ ପ୍ଲାନିଂ ସହ ଖେଳିଛୁ । ଯେହେତୁ ଆମେ ପ୍ରଥମ ପ୍ଲେ ଅଫ ପାଇଁ ଯୋଗ୍ୟତା ଅର୍ଜନ କରିସାରିଥିଲୁ ତେଣୁ ଆମେ ମୁଖ୍ୟ ପ୍ଲେୟାରଙ୍କୁ ବିଶ୍ରାମ ଦେଇଥିଲୁ । ତେବେ ପ୍ଲେ ଅଫ ମ୍ୟାଚ ପାଇଁ ଆମେ ସ୍ୱତନ୍ତ୍ର ରଣ କୌଶଳ ସହ ପଡିଆକୁ ଓହ୍ଲାଇବୁ ବୋଲି ଓଡ଼ିଶା କୋଚ କହିଛନ୍ତି ।

Leave A Reply

Your email address will not be published.