ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭାରତକୁ ସହାୟତା ମାଗିଲା ୟୁକ୍ରେନ୍‌ : ଏଭଳି ସ୍ଥିତିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ କହିଲା ୟୁକ୍ରେନ୍

ନୂଆଦିଲ୍ଲୀ : ୟୁକ୍ରେନରେ ଯୁଦ୍ଧ । ୟୁକ୍ରେନକୁ ତିନିପଟୁ ଘେରି ସାରିଲାଣି ଋଷ । ମିଜାଇଲ୍ ପରେ ଋଷ ସୈନ୍ୟ ୟୁକ୍ରେନରେ ପଶି ଟ୍ୟାଙ୍କରୁ ଆକ୍ରମଣ କରୁଛନ୍ତି। କାଳ ପହରୁ ରୁଷୀୟ ସୈନ୍ୟ ୟୁକ୍ରେନ୍ ଉପରକୁ ମିଶାଇଲ ମାଡ କରୁଥିଲା। ଏହି ମିଶାଇଲ ମାଡ଼ରେ ରୁଷ୍‌ ଅଧିକୃତ ଶେଲିଂରେ ୟୁକ୍ରେନର ୭ ଜଣ ପ୍ରାଣ ହରାଇଥିବା ବେଳେ ୯ ଜଣ ଗୁରୁତର ହୋଇଛନ୍ତି। ରୁଷ ସେନାର ଆକ୍ରମଣରେ ୟୁକ୍ରେନର ସୈନ୍ୟ ଆଡ୍ଡା, ଏୟାରପୋର୍ଟ ଇତ୍ୟାଦି ଧ୍ୱସ୍ତ ବିଧ୍ୱସ୍ତ ହୋଇଯାଇଛି। ରୁଷୀୟ ସେନା ୟୁକ୍ରେନର ପୂର୍ବ ପ୍ରାନ୍ତର ଅନେକ ଗ୍ରାମକୁ ନିଜ ଅକ୍ତିଆରକୁ ନେଇଛି।

ୠଷ-ୟୁକ୍ରେନ ଯୁଦ୍ଧ ଭିତରେ ଭାରତର ସହାୟତା ଲୋଡିଲା ୟୁକ୍ରେନ୍ । ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବା ସହ ଏହି ମାମଲାରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି ଭାରତରେ ଅବସ୍ଥାପିତ ୟୁକ୍ରେନ ରାଷ୍ଟ୍ରଦୂତ । ଭାରତ ଓ ଋଷର ସମ୍ପର୍କ ଅତି ଭଲ, ତେଣୁ ଏହି ବିବାଦକୁ ନିୟନ୍ତ୍ରଣ କରିବାରେ ଭାରତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇପାରିବ । ତେଣୁ ଭାରତର ପ୍ରଧାନମନ୍ତ୍ରୀ ତୁରନ୍ତ ଋଷ ରାଷ୍ଟ୍ରପତି ଓ ୟୁକ୍ରେନ ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିବାକୁ ଅନୁରୋଧ କରିଛନ୍ତି ୟୁକ୍ରେନ୍ ରାଷ୍ଟ୍ରଦୂତ ।

ନୂଆଦିଲ୍ଲୀ ସ୍ଥିତ ୟୁକ୍ରେନ୍ ଦୂତାବାସ ପକ୍ଷରୁ ଭାରତର ସହାୟତା ଲୋଡ଼ାଯାଇଛି। ସାଂପ୍ରତିକ ସ୍ଥିତିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ କହିଲା ୟୁକ୍ରେନ୍। ଋରୁଷିଆ ସହ ଭାରତର ଭଲ ସଂପର୍କ ରହିଛି ଏଣୁ ଏଭଳି ସ୍ଥିତିରେ ପୁଟିନଙ୍କ ସହ ମୋଦୀଙ୍କ ଆଲୋଚନା ଫଳପ୍ରଦ ରହିବ।ମାମଲାରେ ମୋଦୀ ହସ୍ତକ୍ଷେପ କରି ପୁଟିନଙ୍କ ସହ ଆଲୋଚନା କରିବାକୁ ଅପିଲ କରିଛନ୍ତି ୟୁକ୍ରେନ୍ ଦୂତାବାସ।

Leave A Reply

Your email address will not be published.