ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ୟୁକ୍ରେନ୍‌ ଆକାଶରେ ୬ ବିପଜ୍ଜନକ ବେଲୁନ ଛାଡିଲା ରୁଷିଆ

କିଭ୍‌ : ଗୁପ୍ତଚର ବେଲୁନ ଉପରେ ଆମେରିକା ଏବଂ ଚାଇନା ମଧ୍ୟରେ ତିକ୍ତତା ଏପର୍ଯ୍ୟନ୍ତ ଶେଷ ହୋଇ ନ ଥିଲା ବେଳେ ବର୍ତ୍ତମାନ ରୁଷିଆ ମଧ୍ୟ ୟୁକ୍ରେନ ରାଜଧାନୀ କିଭ ଉପରେ ୬ଟି ବିପଜ୍ଜନକ ବେଲୁନ ଛାଡିଛି। ଅବଶ୍ୟ, ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲଡମିୟର ଜେଲେନସ୍କିଙ୍କ ସୈନ୍ୟ ସମସ୍ତ ବେଲୁନ ଗୁଡିକ ଗୁଳିକରି ଖସାଇ ଦେଇଛନ୍ତି। ବେଲୁନରେ କର୍ନର୍ର ପ୍ରତିଫଳକ ଏବଂ ଅନୁସନ୍ଧାନ ଉପକରଣ ସ୍ଥାପନ କରାଯାଇଥିବା ସୈନ୍ୟ ବାହିନୀ ପକ୍ଷରୁ କୁହାଯାଇଛି।

ଏନେଇ ୟୁକ୍ରେନ ବାୟୁସେନା ମୁଖପାତ୍ର ୟୁରୀ ଇହନାଟ ନିଶ୍ଚିତ କରିଛନ୍ତି ଯେ ରାଜଧାନୀ ଉପରେ ବେଲୁନ ଉଡ଼ିବା ଦ୍ୱାରା ଏୟାର ରେଡ ସାଇରନ ସୃଷ୍ଟି ହୋଇଛି। ବେଲୁନ ଲଞ୍ଚ କରିବାର ଉଦ୍ଦେଶ୍ୟ ବୋଧହୁଏ ଆମର ବାୟୁ ପ୍ରତିରକ୍ଷାକୁ ଚିହ୍ନଟ କରିବା ଏବଂ ହଟାଇବା ପାଇଁ ବୋଲି ସେ କହିଛନ୍ତି।

Leave A Reply

Your email address will not be published.