ୟୁକ୍ରେନ- ଋଷ ମହାଯୁଦ୍ଧ: ତ୍ରିରଙ୍ଗାକୁ ସମ୍ମାନ, ଫସିରହିଥିବା ଭାରତୀୟଙ୍କୁ କରୁଛନ୍ତି ସାହାଯ୍ଯ

ନୂଆଦିଲ୍ଲୀ: ୟୁକ୍ରେନ- ଋଷ ଭିତରେ ଜାରି ରହିଛି ମହାଯୁଦ୍ଧ। ଏଥିମଧ୍ଯରେ ୟୁକ୍ରେନରେ ଫସିରହିଛନ୍ତି ଅନେକ ଭାରତୀୟ । ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ପଠାଯାଉଛି ସ୍ବତନ୍ତ୍ର ବିମାନ । ଏହି ଯୁଦ୍ଧ ସମୟରେ ମଧ୍ୟ ତ୍ରିରଙ୍ଗାକୁ ସମ୍ମାନ ପ୍ରଦାନ କରାଯାଉଥିବା ଦେଖାଯାଉଛି । ତ୍ରିରଙ୍ଗାକୁ ଦେଖି ଉଭୟ ୟୁକ୍ରେନ ଓ ରୁଷ ସେନା ଗୁଳିଚାଳନା ରୋକି ଦେଉଥିବା ଖବର ସାମ୍ନାକୁ ଆସୁଛି। ତ୍ରିରଙ୍ଗା ଯୋଗୁଁ ଜୀବନ ବଞ୍ଚିବା ସହ ଅନେକ ସ୍ଥାନକୁ ଯିବା ସମୟରେ ଗାଡିରେ ତ୍ରିିରଙ୍ଗା ଲଗାଇ ଯିବାରୁ କୌଣସି ଆକ୍ରମଣ ମଧ୍ୟ କରାଯାଉ ନାହିଁ। ଗୁଳିଚାଳନା ବନ୍ଦ କରାଯାଉଛି। ଏଭଳି ଅନେକ ଭିଡିଓ ଭାଇରାଲ ହେଉଥିବା ଦେଖାଯାଉଛି। ୟୁକ୍ରେନରୁ ଫେରୁଥିବା ଭାରତୀୟ ଛାତ୍ରମାନେ କହିଛନ୍ତି, ତ୍ରିରଙ୍ଗା ପାଇଁ ହିଁ ସୁରକ୍ଷିତ ଫେରିଛୁ।

ସୂଚନା ଅନୁଯାୟୀ, ଭାରତୀୟ ଦୂତବାସ ପକ୍ଷରୁ କୁହାଯାଇଛି ଯେ, ଭାରତୀୟ ଛାତ୍ରଛାତ୍ରୀ ବାହାରକୁ ବାହାରିବା ମାତ୍ରେ ସାଙ୍ଗରେ ତ୍ରିରଙ୍ଗା ଧରି ବାହାରନ୍ତୁ।

 

Leave a comment