ୟୁକ୍ରେନ ପ୍ରସଙ୍ଗରେ ବାଇଡେନଙ୍କ ଚେତାବନୀ: ରୁଷ ଆକ୍ରମଣ ବିଶ୍ବ ପାଇଁ ଆଣିପାରେ ପରିବର୍ତ୍ତନ

ୱାଶିଂଟନ: ୟୁକ୍ରେନ ପ୍ରସଙ୍ଗକୁ ନେଇ ଏବେ ବିଶ୍ବ ରାଜନୀତି ସରଗରମ ରହିଛଇ। ବର୍ତ୍ତମାନ ରୁଷିଆର ପର୍ଯ୍ୟାପ୍ତ ସେନା ଏବଂ ଯୁଦ୍ଧ ଜାହାଜ ୟୁକ୍ରେନ ସୀମାରେ ନିୟୋଜିତ ରହିବା ସହିତ ରୁଷୀୟ ସେନା ପକ୍ଷରୁ ଯୁଦ୍ଧାଭ୍ୟାସ ଜାରି ରହିଛି। ଅନ୍ୟପକ୍ଷରେ ୟୁକ୍ରେନକୁ ରୁଷିଆ ଆକମ୍ରଣରୁ ସୁରକ୍ଷା ଯୋଗାଇ ଦେବା ଲାଗି ଆମେରିକା ନେତୃତ୍ବରେ ନାଟେ ରାଷ୍ଟ୍ର ସଦସ୍ୟମାନଙ୍କ ପକ୍ଷରୁ ମଧ୍ୟ ଯୁଦ୍ଧ ଜାହାଜ ଏବଂ ସେନାଙ୍କୁ ପୂର୍ବ ୟୁରୋପର ବିଭିନ୍ନ ଭାଗରେ ମୁତୟନ କରାଯାଇଛି। ରୁଷିଆ ୟୁକ୍ରେନ ଉପରେ ରୁଷିଆର ସମ୍ଭାବ୍ୟ ଆକ୍ରମଣକୁ ନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏକ ବଡ଼ ବୟାନ ଜାରି କରିଛନ୍ତି। ଯଦି ରୁଷ ପକ୍ଷରୁ ଆକ୍ରମଣ କରାଯାଏ ତେବେ ସାରା ବିଶ୍ବ ଏକ ପରିବର୍ତ୍ତିତ ପରିସ୍ଥିତିର ସମ୍ମୁଖୀନ ହେବ ବୋଲି ବାଇଡେନ କହିଛନ୍ତି। ତେଣୁ ରୁଷ ବିରୋଧରେ ଅଧିକ କଟକଣା ଜାରି କରିବାକୁ ସେ କହିଛନ୍ତି। ଏପରିକି ଆବଶ୍ୟକ ପଡ଼ିଲେ ବ୍ୟକ୍ତିଗତ ଭାବେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ବିରୋଧରେ ମଧ୍ୟ କଟକଣା ଜାରି କରାଯାଇପାରେ ବୋଲି ସେ କହିଛନ୍ତି ।

ସେହିପରି ନାଟୋ ମେଣ୍ଟରେ ୟୁକ୍ରେନ ଯୋଗ ଦେବାର ଅଧିକାର ରହିଛି ବୋଲି ମଧ୍ୟ ସେ କହିଛନ୍ତି। ଏ ସମ୍ପର୍କରେ ରୁଷିଆ କୌଣସି ପ୍ରତିବନ୍ଧକ ଜାରି କରିପାରିବ ନାହିଁ ବୋଲି ମଧ୍ୟ ବାଇଡେନ ସ୍ପଷ୍ଟ କରିଛନ୍ତି। ଅନ୍ୟପକ୍ଷରେ ଏକ ପରିବର୍ତ୍ତିତ ଘଟଣାକ୍ରମେ ପ୍ୟାରିସ୍‌ରେ ଦୀର୍ଘ ୮ ଘଣ୍ଟାର ଆଲୋଚନା ପରେ ପୂର୍ବାଞ୍ଚଳ ୟୁକ୍ରେନ୍‌ରେ ଅସ୍ତ୍ରବିରତି ପାଇଁ ରୁଷିଆ ଏବଂ ୟୁକ୍ରେନ ସମ୍ମତି ପ୍ରକାଶ କରିଥିବା ଜଣାପଡ଼ିଛି। ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ୍‌ ମାକ୍ରୋନ୍‌ଙ୍କ ଜଣେ ସହଯୋଗୀ ଗୁରୁତ୍ବାରୋପ କରି କହିଛନ୍ତି ଯେ, ରୁଷୀୟ ଆକ୍ରମଣ ପାଇଁ ନୁହେଁ ବରଂ ୨୦୧୪ରୁ ପୂର୍ବାଞ୍ଚଳ ୟୁକ୍ରେନ୍‌ରେ ଲଢ଼େଇ କରୁଥିବା ବିଚ୍ଛିନ୍ନତାବାଦୀଙ୍କ ସମସ୍ୟା ସମାଧାନ ନିମନ୍ତେ ଏହି ବୈଠକ ଡକାଯାଇଥିଲା । ହେଲେ ରୁଷିଆ ନିଜର ଆଭିମୁଖ୍ୟରୁ ସମ୍ପୂର୍ଣ୍ଣ ଭାବେ ଓହରିଛି କି ନାହିଁ ତାହା ସ୍ପଷ୍ଟ ହୋଇ ନାହିଁ। କିନ୍ତୁ ଏହି ଆଲୋଚନାରୁ କିଛିଟା ସକାରାତ୍ମକ ଆଭାସ ମିଳୁଛି ବୋଲି ସେ କହିଛନ୍ତି। ଦେଶର ପୂର୍ବାଞ୍ଚଳରେ ୟୁକ୍ରେନୀୟ ସେନା ଏବଂ ବିଚ୍ଛିନ୍ନତାବାଦୀମାନଙ୍କ ମଧ୍ୟରେ ଚାଲିଥିବା ସଂଘର୍ଷ ସଂକ୍ରାନ୍ତରେ ୨୦୧୯ ପରେ ପ୍ରଥମ ଥର ପାଇଁ ଫ୍ରାନ୍ସ ଏବଂ ଜର୍ମାନୀ ସହ ୟୁକ୍ରେନ୍ ଓ ରୁଷ ସ୍ବାକ୍ଷର କରିବାକୁ ରାଜି ହୋଇଛନ୍ତି।

Leave a comment