ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭାରତ ଫେରିବ ପଳାତକ ନିରବ ମୋଦି !

ନୂଆଦିଲ୍ଲୀ: ନିରବ ମୋଦି ଭାରତ ଫେରିବା ସମ୍ଭାବନା ବଢ଼ିଛି। ନିରବଙ୍କ ଭାରତ ପ୍ରତ୍ୟର୍ପଣକୁ  ବ୍ରିଟେନ ସରକାର ମଂଜୁରୀ ଦେଇଥିବା ଜଣାପଡ଼ିଛି। ବ୍ରିଟେନ ସରକାରଙ୍କ ଗୃହ ମନ୍ତ୍ରାଳୟ ପକ୍ଷରୁ ଏହି ମଂଜୁରୀ ମିଳିଛି । ମଂଜୁରୀ ମିଳିବା ନେଇ ସିବିଆଇ ସୂତ୍ରରୁ ସୂଚନା।

ସୂଚନାଯୋଗ୍ୟ, ଭାରତରେ ନିରବ ମୋଦି  ଋଣ ଜାଲିଆତି ମାମଲାରେ ଭାରତରୁ ଫେରାର ହୋଇଯାଇଥିଲା । ଏହା ପରେ ଭାରତର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ନିରବ ମୋଦିକୁ ଫେରାଇ ଆଣିବାକୁ ଅନେକ ସମୟରେ ପ୍ରକ୍ରିୟା ଜାରି ରହିଥିଲା। ତେବେ ବର୍ତ୍ତମାନ ନିରବ ମୋଦିକୁ ଭାରତ ଆଣିବାକୁ ଅନୁମତି ଦେଇଛନ୍ତି ବ୍ରିଟେନ୍‌ ଗୃହ ମନ୍ତ୍ରାଳୟ। ସିବିଆଇ କହିବା ମୁତାବକ, ବ୍ରିଟେନ୍‌ ଗୃହମନ୍ତ୍ରୀ, ନିରବ ମୋଦିର ଭାରତ ପ୍ରତ୍ୟର୍ପଣକୁ ଅନୁମତି ଦେଇଛନ୍ତି। ପଞ୍ଜାବ ନେସନାଲ ବ୍ୟାଙ୍କରେ ପ୍ରାୟ ୧୨ ହଜାର କୋଟି ଟଙ୍କାର ଠକେଇ କରି ଲଣ୍ଡନ ପଳାଇଯାଇଥିଲା ନିରବ ମୋଦି।

Leave A Reply

Your email address will not be published.