କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ଆସନ୍ତା ଶିକ୍ଷାବର୍ଷ ପାଇଁ ୟୁଜି ନାମଲେଖା: ଏପ୍ରିଲ ପ୍ରଥମ ସପ୍ତାହରୁ ପ୍ରବେଶିକା ଲାଗି ଆରମ୍ଭ ହେବ ଆବେଦନ

ଭୁବନେଶ୍ବର: ୨୦୨୨-୨୩ ଶିକ୍ଷା ବର୍ଷରେ ଦେଶର ବିଭିନ୍ନ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ସ୍ନାତକ ପାଠ୍ୟକ୍ରମରେ ନାମଲେଖା ପାଇଁ ଏକକ ପ୍ରବେଶିକା ପରୀକ୍ଷା ଦ୍ୱାରା ଛାତ୍ରଛାତ୍ରୀଙ୍କୁ ଚୟନ କରାଯିବ। ଏନେଇ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ ପକ୍ଷରୁ ସୋମବାର ବିଜ୍ଞପ୍ତି ପ୍ରକାଶ କରିଛ। ଏକକ ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ ଆସନ୍ତା ଏପ୍ରିଲ ସପ୍ତାହରୁ ଆରମ୍ଭ ହେବାକୁ ଥିବାବେଳେ ଏନ୍‌ଟିଏ (ନେସନାଲ୍ ଟେଷ୍ଟି ଏଜେନ୍ସି)  ପିଲାଙ୍କ ପ୍ରବେଶିକା ପରୀକ୍ଷା ଆୟୋଜନ କରିବ। ଛାତ୍ରଛାତ୍ରୀ ଏନଟିଏର ୱେବ୍ ସାଇଟ www.nta.ac.in ମାଧ୍ୟମରେ ଆବେଦନ କରି ପାରିବେ ବୋଲି ୟୁଜିସି ଦର୍ଶାଇଛି।

ସେହିପରି ଏକକ ପିଜି ପ୍ରବେଶିକା ପାଇଁ ଖୁବଶିଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ବିଶ୍ବବିଦ୍ୟାଳୟ ଆନୁଦାନ ଆୟୋଗ କହିଛି। ଚଳିତ ବର୍ଷର ଏକକ ପ୍ରବେଶିକା ପରୀକ୍ଷା ଲାଗି ପ୍ରଶ୍ନପତ୍ରରେ ଓଡ଼ିଆ ସମେତ ମୋଟ୍ ୧୩ ଭାଷାରେ ପ୍ରଶ୍ନପତ୍ର ଉପଲବ୍ଧ ହେବ ।

 

Leave a comment