ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜ୍ୟରେ UG ଓ PG ପରୀକ୍ଷା ହେବ: ୧୮ରେ ନିଆଯିବ ଚୂଡାନ୍ତ ନିଷ୍ପତ୍ତି, ଛାତ୍ରଛାତ୍ରୀମାନେ ପାଠ ପଢା ଜାରି ରଖନ୍ତୁ- ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ

ଭୁବନେଶ୍ୱର: ଚଳିତବର୍ଷ ରାଜ୍ୟରେ ସ୍ନାତକ (UG) ଓ ସ୍ନାତକୋତ୍ତର(PG ) ପରୀକ୍ଷା ହେବ । ଏନେଇ କୁଳପତି ସମ୍ମିଳନୀରେ ନିଷ୍ପତ୍ତି ହୋଇଛି । ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଏହି ସୂଚନା ଦେଇଛନ୍ତି । ତେବେ ଆସନ୍ତା ୧୮ ତାରିଖରେ ଏନେଇ ଚୂଡାନ୍ତ ନିଷ୍ପତ୍ତି ନିଆଯିବ । କଲେଜ ଅଧ୍ୟକ୍ଷ ଓ ଛାତ୍ରଛାତ୍ରୀଙ୍କ ସହ କୁଳପତି ଆଲୋଚନା କରିବେ । ୭ଦିନ ଭିତରେ ଆଲୋଚନା କରି ଜଣାଇବେ କୁଳପତି । ଏହାପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ସରକାର । ପିଲାମାନେ ପାଠପଢା ଜାରି ରଖନ୍ତୁ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତବର୍ଷ UG/PG ପରୀକ୍ଷା ହେବ କି ନାହିଁ ସେନେଇ ସସପେନ୍ସ ଲାଗି ରହିଥିଲା । ଏନେଇ ଆଜି ବସିଥିଲା କୁଳପତିଙ୍କ ବୈଠକ । ବିଚାରବିମର୍ଶ ପରେ ପରୀକ୍ଷା କରିବାକୁ ନିଷ୍ପତ୍ତି ହୋଇଛି ।

ଆହୁରି ମଧ୍ୟ ଉଚ୍ଚ ଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ, ଏହି ୭ ଦିନ ମଧ୍ୟରେ ବିଭିନ୍ନ କୂଳପତିମାନେ ବିଭିନ୍ନ କଲେଜର ପ୍ରିନ୍ସିପାଲ ଓ ଗ୍ରାମାଞ୍ଚଳର ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବେ ।ଏହାପରେ ଏକ ରିପୋର୍ଟ ପ୍ରସ୍ତୁତ କରାଯାଇ ଚୁଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.