ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଅଗଷ୍ଟ ୧୬ରୁ କ୍ଲାସରୁମ୍‌ରେ ଆରମ୍ଭ ହେବ ୟୁଜି ଓ ପିଜି ପାଠପଢ଼ା

ଭୁବନେଶ୍ଵର: ରାଜ୍ୟରେ ଆସନ୍ତା ଅଗଷ୍ଟ ୧୬ରୁ ଆରମ୍ଭ ହେବ ୟୁଜି ଓ ପିଜି ପାଠପଢ଼ା। ପ୍ରଥମ ବର୍ଷର ପିଜି ଏବଂ ୟୁଜିର ପ୍ରି-ଫାଇନାଲ ବର୍ଷର ପାଠପଢ଼ା କ୍ଲାସ୍ ରୁମ୍‌ରେ ଚାଲିବ। ତେବେ ୟୁଜି ଓ ପିଜି ଶେଷ ବର୍ଷର ଛାତ୍ରଛାତ୍ରୀମାନଙ୍କର ଅନଲାଇନ୍‌ରେ ପରୀକ୍ଷା ହେବ। ଛାତ୍ରଛାତ୍ରୀମାନଙ୍କ ପାଇଁ ହଷ୍ଟେଲ ଖୋଲିବ। ଏନେଇ ଟ୍ଵିଟ୍ କରି ସୂଚନା ଦେଇଛି ଉଚ୍ଚ ଶିକ୍ଷା ବିଭାଗ।

ସୂଚନା ଅନୁସାରେ ଅଗଷ୍ଟ ୧୬ରୁ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଖୋଲିବ । ପୂର୍ବରୁ ବୈଷୟିକ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଖୋଲିବା ନେଇ ଅନୁମତି ଦିଆଯାଇଥିବା ବେଳେ ଏବେ ଅଣ ବୈଷୟିକ କଲେଜ ଓ ୟୁନିଭର୍ସିଟି ଖୋଲିବାକୁ ଅନୁମତି ଦିଆଯାଇଛି । ଏ ନେଇ ଟ୍ୱିଟ୍ ଯୋଗେ ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.