ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଉଦ୍ଯମ ଟ୍ରଷ୍ଟ ପକ୍ଷରୁ ମିଶନ ଆଶ୍ରାରେ ‘ଆର୍ଟ ଅଫ ଗିଭିଙ୍ଗ’ କାର୍ଯ୍ଯକ୍ରମ ଅନୁଷ୍ଠିତ

ଭୁବନେଶ୍ବର: ଆର୍ଟ ଅଫ ଗିଭିଙ୍ଗ କାର୍ଯ୍ଯକ୍ରମ ଭୁବନେଶ୍ବରସ୍ଥିତ ଯାଆଁଳାଠାରେ ଥିବା ମିଶନ ଆଶ୍ରାରେ ପାଳିତ ହୋଇଯାଇଛି। ଏଥିରେ ମୁଖ୍ଯ ଅତିଥି ଭାବେ ‘ଆର୍ଟ ଅଫ ଗିଭିଙ୍ଗ’ର ପ୍ରତିଷ୍ଠାତ ସାଂସଦ ଡା. ଅଚ୍ଯୁତ ସାମାନ୍ତ ଯୋଗଦେଇଥିଲେ। ମିଶନ ଆଶ୍ରାରେ ରହୁଥିବା ମାନସିକ ଭିନ୍ନକ୍ଷମ ମହିଳାମାନଙ୍କୁ ବସ୍ତ୍ର ଓ ଖାଦ୍ଯ ବଣ୍ଟନ କରିଥିଲେ।

ଏହି ଅବସରରେ ଡା. ଅଚ୍ଯୁତ ସାମାନ୍ତ କହିଛନ୍ତି ଯେ, କିମ୍ସ ତରଫରୁ ପ୍ରତି ସପ୍ତାହରେ ଥରେ ସ୍ବାସ୍ଥ୍ଯ ସେବା ଯୋଗାଇ ଦିଆଯିବା ସହିତ ମାନସିକ ରୋଗ ବିଶେଷଜ୍ଞଙ୍କ ଦ୍ବାରା ଅନ୍ତେବାସୀଙ୍କ ଚିକିତ୍ସା କରାଯିବ। କାର୍ଯ୍ଯକ୍ରମରେ ସମାଜସେବୀ ମୀରା ପରିଡ଼ା, ପ୍ରକାଶ ରଥ, ସାଧନା ମିଶ୍ରଙ୍କ ସମେତ ଅରୁନ୍ଧତୀ ଗୃପର ଏମଡି ବ୍ରହ୍ମାନଦ ମେହେର ଉପସ୍ଥିତ ଥିଲେ।

 

ଆର୍ଟ ଅଫ ଗିଭିଙ୍ଗ ଦବାର କଳା । ଏହା ୨୦୧୩ ମସିହା ମେ ମାସରେ ପ୍ରଥମେ ଆରମ୍ଭ ହୋଇଥିଲା। ଆଜି ଏହାକୁ ସାରା ବିଶ୍ବରେ ପିପୁଲ୍ସ ମୁଭମେଣ୍ଟ ଭାବେ ପାଳିତ ହେଉଛି। ଏହି କାର୍ଯ୍ଯକ୍ରମ ‘ଆର୍ଟ ଅଫ ଗିଭିଙ୍ଗସ’ର ସମର୍ଥକ ଉଦ୍ଯମ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଆୟୋଜନ କରାଯାଇଥିଲା। ଏହି ଟ୍ରଷ୍ଟର ଉପଦେଷ୍ଟା ସନ୍ତୋଷ କୁମାର ମହାନ୍ତି ଓ ଅଧ୍ଯକ୍ଷ ଦିଲ୍ଲୀପ ସ୍ବାଇଁଙ୍କ ସମେତ ଟ୍ରଷ୍ଟର ସହକର୍ମୀ ସୁକେଶ କୁମାର ମହାନ୍ତି, ରାଜଲକ୍ଷ୍ମୀ ପଣ୍ଡା, ପଲ୍ଲୀଶ୍ରୀ ଟୁଡୁ, ରୋନାଲୀ ରାଏ, ଅଜିତ ସାମାନ୍ତରାଏ, କାଳନ୍ଦି ଦାସ, ସନ୍ଦୀପ ଲେଙ୍କା, ସାଗର ପ୍ରଧାନ, ବିଜୟ ବେହେରା, ଅମୀୟ ରଞ୍ଜନ ଜେନା, ବିକାଶ ବଳବନ୍ତ ରାୟଙ୍କ ସମେତ ଅନ୍ଯ ସମସ୍ତ ସଦସ୍ଯ ଉପସ୍ଥିତ ରହି କାର୍ଯ୍ଯକ୍ରମକୁ ସଫଳ କରାଇଥିଲେ।

Leave A Reply

Your email address will not be published.