ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶିବସେନା ନାମ ଓ ଚିହ୍ନ ବିବାଦ : ନିର୍ବାଚନ ଆୟୋଗର ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟ ଗଲା ଉଦ୍ଧବ ଗୋଷ୍ଠୀ

ନୂଆଦିଲ୍ଲୀ: ସିନ୍ଦେ ଗୋଷ୍ଠୀକୁ ଶିବସେନା ନାମ ଏବଂ ଚିହ୍ନ ପ୍ରଦାନ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଉଦ୍ଧବ ଠାକରେ ଗୋଷ୍ଠୀ ସୋମବାର ସୁପ୍ରିମକୋର୍ଟରେ ପିଟିସନ ଦାୟର କରିଛି । ଏହି ମାମଲାର ଜରୁରୀ ଶୁଣାଣି ପାଇଁ କୋର୍ଟଙ୍କୁ ଅନୁରୋଧ କରିଛି ଉଦ୍ଧବ ଗୋଷ୍ଠୀ । ସେପଟେ ଉଦ୍ଧବ ଆଜି ମୁମ୍ବାଇର ଶିବସେନା ଭବନରେ ଏକ ଜରୁରୀ ବୈଠକ ଡାକିଛନ୍ତି।

ଶିବସେନାର ନିର୍ବାଚନ ପ୍ରତୀକକୁ ନେଇ ସମ୍ପ୍ରତି ମହାରାଷ୍ଟ୍ର ରାଜନୀତିରେ ଝଡ଼ ସୃଷ୍ଟି ହୋଇଛି । ଏହି ମାମଲାରେ ନିର୍ବାଚନ ଆୟୋଗର ନିଷ୍ପତ୍ତି ସିନ୍ଦେ ଗୋଷ୍ଠୀ ସପକ୍ଷରେ ଯାଇଥିବାରୁ, ଠାକରେ ଗୋଷ୍ଠୀ ଏହାକୁ ବିରୋଧ କରିଛି। ନିର୍ବାଚନ ଆୟୋଗର ନିଷ୍ପତ୍ତି ପଛରେ ୨୦୦୦ କୋଟିର ଡିଲ୍ ହୋଇଛି ବୋଲି ଉଦ୍ଧବ ଗୋଷ୍ଠୀ ଅଭିଯୋଗ କରିଛି ।

ଶିବସେନା ନାମ ଓ ଚିହ୍ନ ପ୍ରସଙ୍ଗରେ ନିର୍ବାଚନ ଆୟୋଗ ସିନ୍ଦେ ଟିମ୍ ସପକ୍ଷରେ ରାୟ ଦେଇ ଉଦ୍ଧବ ଠାକରେ ଗୋଷ୍ଠୀ କରିଥିବା ଏକ ଭୁଲ ଉପରେ ଆଲୋକପାତ କରିଥିଲେ। ଆୟୋଗ କହିଥିଲେ ଯେ ୨୦୧୮ରେ ଶିବସେନା ଦଳର ସମ୍ବିଧାନରେ ପରିବର୍ତ୍ତନ ହୋଇଥିଲା । କିନ୍ତୁ ଦଳ ଏନେଇ ନିର୍ବାଚନ ଆୟୋଗଙ୍କୁ ଅବଗତ କରିନଥିଲା । ଶିବସେନା ସମ୍ବିଧାନରେ କରାଯାଇଥିବା ପରିବର୍ତ୍ତନ ଅଗଣତାନ୍ତ୍ରିକ ଓ ଅସାମ୍ବିଧାନିକ ବୋଲି ନିର୍ବାଚନ ଆୟୋଗ କହିଥିଲେ।

Leave A Reply

Your email address will not be published.