ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିଜେପି ଓ ସିନ୍ଦେ ଗୋଷ୍ଠୀଙ୍କୁ ଉଦ୍ଧବ ଠାକରେଙ୍କ ଖୋଲା ଚ୍ୟାଲେଞ୍ଜ: ‘ଯଦି ସାହସ ଅଛି, ତେବେ ଏବେ ନିର୍ବାଚନ ମୈଦାନକୁ ଓହ୍ଲାନ୍ତୁ’

ମୁମ୍ବାଇ: ଏକନାଥ ସିନ୍ଦେ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥଗ୍ରହଣ କରିବା ପରେ ଶିବସେନା ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବିଜେପି ବିରୁଦ୍ଧରେ ସାଂଘାତିକ ଅଭିଯୋଗ ଆଣିବା ସହ କହିଛନ୍ତି କି, ଶିବସେନାକୁ ଶେଷ କରିଦେବାକୁ ଚାହୁଁଛି ବିଜେପି । ଏହାସହ ଉଦ୍ଧବ ଉଭୟ ବିଜେପି ଓ ସିନ୍ଦେ ଗୋଷ୍ଠୀଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇ କହିଛନ୍ତି କି, ଯଦି ସତସାହସ ଅଛି ତେବେ ଏବେ ନିର୍ବାଚନ ଲଢିକି ଦେଖାନ୍ତୁ ।

ଜିଲ୍ଲା ସଭାପତିଙ୍କ ସହ ବୈଠକ କରି ଶିବସେନାକୁ କିପରି ଆହୁରି ସୁଦୃଢ କରିହେବ, ଏହି ବିଷୟରେ ଜିଲ୍ଲା ସଭାପତି ମାନଙ୍କୁ ଆହ୍ୱାନ ଦେଇଛନ୍ତି ଉଦ୍ଧବ ଠାକରେ । ଏହି ବୈଠକରେ ଉଦ୍ଧବ କହିଛନ୍ତି କି, ଏଭଳି ରାଜନୈତିକ ଖେଳ ଖେଳିବା ଅପେକ୍ଷା ସାଧାରଣ ଲୋକଙ୍କ ପାଖକୁ ଯାଅ । ଯଦି ଆମେ ଭୁଲ ଥିବୁ ତେବେ ଲୋକ ଆମକୁ ଘରେ ବସାଇଦେବେ ଯଦି ତୁମେ ଭୁଲ ଥିବ ତେବେ ତୁମର ମଧ୍ୟ ସମାନ ଅବସ୍ଥା କରିବେ । ଏହାସହ ଉଦ୍ଧବ କହିଛନ୍ତି, ଯଦି ଲଢିବାର ଅଛି ତେବେ ମୋ ସହ ରୁହ ।

Leave A Reply

Your email address will not be published.