ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗାଧୋଉଥିବା ବେଳେ ନଦୀରେ ବୁଡି ଦୁଇ ଯୁବକଙ୍କ ମୃତ୍ୟୁ

ଯାଜପୁର:ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ଶଙ୍କରାକୂଳ ଗାଁ ନିକଟ ବ୍ରାହ୍ମଣୀ ନଦୀରେ ଗାଧୋଉ ଥିଲା ବେଳେ ଦୁଇ ଯୁବକଙ୍କ ପାଣିରେ ବୁଡି ମୃତ୍ୟୁ ହୋଇଛି । ନଦୀରେ ଗାଧୋଉଥିବା ସମୟରେ ଦୁଇ ଯୁବକ ବହୁ ସମୟ ପର୍ଯ୍ୟନ୍ତ ନିଖୋଜ ହୋଇ ଯାଇଥିଲେ । ଦମକଳ ବାହିନୀ ଦୁଇ ନିଖୋଜଙ୍କୁ ଉଦ୍ଧାର କରିଥିଲେ । ଉଦ୍ଧାର ପରେ ଦୁଇ ଯୁବକଙ୍କୁ ବରୀ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଯୁବକ ଦ୍ୱୟ ହେଲେ ବାଲିଆ ଗାଁର ଶରତ ମିଶ୍ରଙ୍କ ପୁଅ ସୁନୀଲ (୨୩) ଏବଂ କାଳନ୍ଦୀ ପଣ୍ଡାଙ୍କ ପୁଅ ଜିତେନ୍ଦ୍ର (୧୮) । ପୁଲିସ ଶବକୁ ବ୍ୟବଚ୍ଛେଦ ପାଇଁ ଯାଜପୁର ପଠାଇଛି । ଦୁଇ ଜଣ ଯୁବକଙ୍କ ଏଭଳି ଅକାଳ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Leave A Reply

Your email address will not be published.