ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗାଧୋଇବାବେଳେ ବ୍ରାହ୍ମଣୀ ନଦୀରେ ବୁଡ଼ିଗଲେ ଦୁଇ ଯୁବକ; ଜଣେ ମୃତ, ଅନ୍ୟଜଣେ ଗୁରୁତର

ଢେଙ୍କାନାଳ: ଭୋଜି ହେଲା କାଳ । ଭୋଜି କରିବାକୁ ଯାଇ ବ୍ରାହ୍ମଣୀ ନଦୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଜଣ ଯୁବକ । ଢେଙ୍କାନାଳ ରାମଚଣ୍ଡୀ ମନ୍ଦିର ନିକଟ ବ୍ରାହ୍ମଣୀ ନଦୀରେ ଘଟିଛି ଏହି ଅଘଟଣ । ନଦୀରେ ବୁଡି ଜଣେ ମୃତ୍ୟୁବରଣ କରିଥିବାବେଳେ ଅନ୍ୟଜଣଙ୍କ ଅବସ୍ଥା ଗୁରୁତର ରହିଛି । ମୃତକ ଜଣକ ଏକ ଘରୋଇ କମ୍ପାନୀରେ କାମ କରୁଥିବା ସୂଚନା ମିଳିଛି । ଅଗ୍ନିଶମ ବାହିନୀ ଜଣଙ୍କର ମୃତଦେହକୁ ନଦୀରୁ ଉଦ୍ଧାର କରିଥିବାବେଳେ ଗୁରୁତର ଜଣଙ୍କୁ ମେଡିକାଲରେ ଭର୍ତ୍ତି କରିଛି । ଭୋଜି କରିବାକୁ ଯାଇଥିବା ଏକ କମ୍ପାନୀର କର୍ମଚାରୀମାନେ ବ୍ରାହ୍ମଣୀ ନଦୀରେ ଗାଧୋଉଥିବା ବେଳେ ଏଭଳି ଅଘଟଣ ଘଟିଥିବା ସୂଚନା ମିଳିଛି ।

Leave A Reply

Your email address will not be published.