ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନାମକୁ ମାତ୍ର ଡିଜିଟାଲ ଇଣ୍ଡିଆ : ନୋ ନେଟୱର୍କ ଜୋନରେ ୬୦ ଗାଁ, ଦୁଇବର୍ଷ ହେଲା ଅନଲାଇନ ଶିକ୍ଷା ଠପ

ବୌଦ୍ଧ: କେନ୍ଦ୍ର ସରକାରଙ୍କ ଡିଜିଟାଲ ଇଣ୍ଡିଆ ନାରାବାଜି ୫ ବର୍ଷରୁ ଅଧିକ ହୋଇଗଲାଣି। ତଥାପି ଗ୍ରାମାଞ୍ଚଳରେ ଉପଯୁକ୍ତ ମୋବାଇଲ ଓ ଇଣ୍ଟରନେଟ ସେବା ଆଜି ବି ଅପହଞ୍ଚ। ଆଜି ବି ଲୋକେ ବ୍ୟବହାର ଉପଯୋଗୀ ନେଟୱର୍କ ପାଇବା ଆଶାରେ କେଉଁଠି ପାହାଡ ଉପରେ ଚଢ଼ି ଯାଉଛନ୍ତି ତ ଆଉ କେଉଁଠି ଗଛ ଉପରେ। ହେଲେ ମଧ୍ୟ କାମ ହୋଇପାରୁନି। ସେହିପରି କରୋନା ମହାମାରୀ ଆରମ୍ଭ ହେବା ଦିନଠାରୁ ଶ୍ରେଣୀଗୃହ ଶିକ୍ଷାକୁ ବନ୍ଦ କରି ଅନଲାଇନ କ୍ଲାସ ପ୍ରଚଳନ କରାଯାଇଛି। ଏହି ପଦ୍ଧତି ସହର ଓ ଏହାର ପର୍ଶ୍ୱବର୍ତୀ ଅଞ୍ଚଳରେ ସଫଳ ହୋଇଥିବା ବେଳେ ଗ୍ରାମାଞ୍ଚଳରେ ଏହା ସମ୍ପୂର୍ଣ୍ଣ କାଳ୍ପନିକ। ଆମେ କହୁଛୁ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ମାହାଲିକପାଡା ଓ ତଳଗାଁ ପଞ୍ଚାୟତର କଥା। ଏହି ଦୁଇ ପଞ୍ଚାୟତର ୬୦ ଗାଁରେ ଉପଯୋଗୀ ମୋବାଇଲ ନେଟୱର୍କ ଓ ଇଣ୍ଟରନେଟ ସେବା ଦିବାସ୍ୱପ୍ନ ଭଳି ହୋଇଯାଇଛି।

ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ମାହାଲିକପାଡା ଓ ତଳଗାଁ ପଞ୍ଚାୟତ। ଦୁଇଟି ପଞ୍ଚାୟତରେ ୬୦ରୁ ଅଧିକ ରାଜସ୍ୱ ଗାଁ ଓ ୧୦ ହଜାରରୁ ଅଧିକ ଲୋକସଂଖ୍ୟା। ମୋବାଇଲ, ଡାକ ସେବା, ବ୍ୟାଙ୍କ ଭଳି ସେବା ଭଳି ଗୁରୁତ୍ୱପୂର୍ଣ୍ଣ ଦୈନଦିନ କାର୍ଯ୍ୟ ଏଠାକାର ଲୋକଙ୍କ ପାଇଁ ଅପହଞ୍ଚ। ଏବେ ସେଥିରେ ଯୋଡି ହୋଇଯାଇଛି ଅନଲାଇନ ଶିକ୍ଷା। ଏଠାରେ ଅନଲାଇନ କ୍ଲାସ ପାଇଁ ପିଲାଏ କାରୁଛନ୍ତି ସଂଘର୍ଷ । ତଥାପି ବାହାରୁନି ନିସ୍କର୍ଷ । ଜେତେ ପାହାଡ ଉପରକୁ ଗଲେ ମଧ୍ୟ ମିଳୁନି ନେଟୱାର୍କ । ସତେ ଯେମିତି ଉପାନ୍ତ ଅଂଚଳରେ ରହିବା ତାଙ୍କ ପାଇଁ ଅଭିଶାପ ହୋଇଯାଇଛି । ନେଟୱାର୍କ ପାଇଁ ଦୂର ଦୂର ପର୍ଯ୍ୟନ୍ତ ଜଙ୍ଗଲପାହାଡ ରାସ୍ତା ଦେଇ ଗଲେ ମିଳି ଟିକେ ନେଟୱାର୍କ । ସବୁଦିନ ଯାଇ ଅନଲାଇନ କ୍ଲାସ କରି ଫେରିବା ଜଣେ ଛାତ୍ର କିମ୍ବା ଛାତ୍ରୀ ପକ୍ଷେ ସମ୍ଭବ ନାହିଁ । ତେଣୁ ଅନଲାଇନ କ୍ଲାରେ ଡୋରି ବାନ୍ଧିଛନ୍ତି ଅଂଚଳର ହଜାର ହଜାର ଛାତ୍ରଛାତ୍ରୀ ।
ଜିଲ୍ଲା ଶିକ୍ଷା ବିଭାଗର ରିପୋର୍ଟ ଅନୁସାରେ ପ୍ରାଥମିକ ଶିକ୍ଷା ଗ୍ରହଣ କରୁଥିବା ୧୩% ଛାତ୍ରଛାତ୍ରୀଙ୍କ ପାଖରେ ଅନଲାଇନ ଶିକ୍ଷା ଉପଲବ୍ଧ ହେଉଥିବା ବେଳେ ମଧ୍ୟାମିକ ଶିକ୍ଷା ଗ୍ରହଣ କରୁଥିବା ୧୮% ଛାତ୍ରଛାତ୍ରୀଙ୍କ ପାଖରେ ଅନଲାଇନ ଶିକ୍ଷା ଉପଲବ୍ଧ ହୋଇପାରିଛି। ଅବଶିଷ୍ଟ ଛାତ୍ରଛାତ୍ରୀ ଏବେ ବି ଶିକ୍ଷା ଠାରୁ ଦୂରରେ ରହିଛନ୍ତି। ତାର ପ୍ରମୁଖ କାରଣ ହେଉଛି ମୋବାଇଲ ନେଟୱର୍କ। ଯେଉଁଥିପାଇଁ ଉପାନ୍ତ ଅଂଚଳରେ ଅନଲାଇନ କ୍ଲାସ ଫେଲ ମାରିଛି। ଏବେ ବି ଗାଁ ଗାଁରେ ଲୋକେ ଗଛରେ ପ୍ଲାଷ୍ଟିକ ଡବାରେ ମୋବାଇଲ ରଖି ନେଟୱର୍କକୁ ଅପେକ୍ଷା କରୁଛନ୍ତି। ନିର୍ଦିଷ୍ଟ ସ୍ଥାନରେ ନେଟୱର୍କ ଉପଲବ୍ଧ ହେଉଥିବାରୁ ଖୁଣ୍ଟ ପୋତି ସେଥିରେ ମୋବାଇଲ ଚଲାନ୍ତି।

ଦଶନ୍ଧି ଦଶନ୍ଧି ଧରି ଏଠାକାର ଲୋକ ନେଟୱାର୍କରୁ ବଞ୍ଚିତ। ଫଳରେ ସେମାନଙ୍କ ପାଇଁ ମୋବାଇଲ ଖେଳନା ସଦୃଶ। ଖାଲି ନେଟୱାର୍କ ପାଇଁ ମୋବାଇଲ ସେବାରୁ ବଂଚିତ ହେଉଛନ୍ତି ତା’ନୁହେଁ ଡିଜିଟାଲ ଆଧାରିତ ଡାକସେବା, ବ୍ୟାଙ୍କ ସେବା ସହ ଅନ୍ୟାନ ସେବାରୁ ବି ବଂଚିତ ହେଉଛନ୍ତି ଏଠାକାର ଲୋକେ ।

୨୦୧୬ ଯାଏଁ ମାଓ ଗତିବିଧି ଥିବାରୁ କୌଣସି ବେସରକାରୀ ଟେଲିକମ କମ୍ପାନୀ ଏଠାରେ ଟାୱାର ବସାଇବାକୁ ଅମଙ୍ଗ ହେଉଥିଲେ। ହେଲେ ଗତ ୨୦୨୦ ଜୁଲାଇ ୧୦ ତାରିଖରେ ବୌଦ୍ଧ ଜିଲ୍ଲାକୁ ମାଓମୁକ୍ତ ଜିଲ୍ଲା ଭାବେ ଘୋଷଣା କରାଯାଇଥିଲେ ବି ଏଠାରେ ନେଟୱାର୍କ ସେବା ମିଳିପାରିନାହିଁ । କେନ୍ଦ୍ର ସରକାରଙ୍କ ଡିଜିଟାଲ ଇଣ୍ଡିଆର ବାସ୍ତବତା କେବେ ପହଁଚିବ ଏହି ଉପାନ୍ତ ଅଞ୍ଚଳରେ ତାହା କାହାକୁ ବି ଜଣନାହିଁ।

Leave A Reply

Your email address will not be published.